Latest Odisha News

BREAKING NEWS

ଲାଞ୍ଚ ନେଇ ଧରାପଡ଼ିଲେ ଦିଲ୍ଲୀ ପୋଲିସ କନେଷ୍ଟବଳ; ଇନସ୍ପେକ୍ଟରଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଲା ଦିଲ୍ଲୀ ପୋଲିସ୍ । ଅମିତ ଲାହୁଚା ନାମକ ଜଣେ କନେଷ୍ଟବଳକୁ ସିବିଆଇ ଭୁବନେଶ୍ୱର ଶାଖା ଲାଞ୍ଚ ନେବା ବେଳେ ଧରିଛି । ସାଢ଼େ ଚାରି ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛି ଅମିତ ଲାହୁଚା । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର କନେଷ୍ଟବଳ ଅମିତ ଏକ କେସ୍ ରଫାଦଫା କରିଦେବା ପାଇଁ ଓଡ଼ିଶା ଲାଞ୍ଚ ନେବାକୁ ଆସିଥିଲେ ।

ପୂର୍ବ ଯୋଜନା ମୁତାବକ ଉଦୟ କୁମାର ସି ଙ୍କ ନିକଟରୁ ଲାଞ୍ଚ ନେବା ବେଳେ ସିବିଆଇ କନେଷ୍ଟବଳ ଅମିତଙ୍କୁ ଗିରଫ କରିଥିଲା । ଏକ ଠକେଇ ମାମଲାରେ ‘ଇଓଡବ୍ଲୁ’ ଜାନୁଆରୀ ୨୩ରେ ସମାଜ ଆଇନା ମାଲିକ ମନୋଜ ସେଠ ଙ୍କୁ ଗିରଫ କରିଥିଲା । ମନୋଜଙ୍କ ବୟାନ ଆଧାରରେ ଉଦୟଙ୍କୁ ଦିଲ୍ଲୀ ପୋଲିସ ପଚରାଉଚୁରା ପାଇଁ ଡାକିଥିଲା ।

ଦିଲ୍ଲୀ ପୋଲିସ ନିକଟରେ ଉପଯୁକ୍ତ ପ୍ରମାଣ ପତ୍ର ଦେଖାଇ ତଦନ୍ତରେ ସହଯୋଗ କରିଥିଲେ ଉଦୟ । ପରେ ଦିଲ୍ଲୀ ପୋଲିସ ତାଙ୍କ ନାଁରେ ପଟିଆଲା ହାଉସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ବିଷୟରେ ଖବର ନେବାକୁ ଉଦୟ ଦିଲ୍ଲୀ ପୋଲିସ ସହ ଯୋଗାଯୋଗ କରିଥିଲେ । ଚାର୍ଜସିଟରୁ ନାଁ ହଟେଇବା ପାଇଁ ଇନସ୍ପେକ୍ଟର ସଂଜୟ ସିଂ ଯାଦବ ଉଦୟଙ୍କୁ ସାଢ଼େ ଚାରି ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।

ଏଥିପାଇଁ ବାରମ୍ବାର କନେଷ୍ଟବଳ ପଠାଇ ଧମକାଉଥିବା ଅଭିଯୋଗ କରିଛନ୍ତି ଉଦୟ । ବାରମ୍ବାର ଏମିତି ହେବା ଫଳରେ ଉଦୟ ସିବିଆଇକୁ ଅଭିଯୋଗ କରିଥିଲେ । ଲାଞ୍ଚ ନେଉଥିବା କନେଷ୍ଟବଳ ଅମିତ ଲାହୁଚାକୁ ଗିରଫ କରିବା ସହ ଇନଷ୍ପେକ୍ଟର ସଂଜୟ ସିଂ ଘରେ ରେଡ କରୁଛି ବୋଲି ଉଦୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.