Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆଜିଠାରୁ ଯୁକ୍ତଦୁଇ ପରୀକ୍ଷା: ଗ୍ରୀଷ୍ମପ୍ରବାହରେ ବି ପରୀକ୍ଷା ସେଣ୍ଟରରେ ନାହିଁ କୌଣସି ବ୍ୟବସ୍ଥା

ଯାଜପୁର : ଆଜିଠାରୁ ଆରମ୍ଭ  ଯୁକ୍ତଦୁଇ ପରୀକ୍ଷା । ପ୍ରଚଣ୍ଡ ଖରାକୁ ନଜରରେ ରଖି ପରିକ୍ଷାର୍ଥୀଙ୍କ ପାଇଁ ବନ୍ଦୋବସ୍ତ କରାଯିବ । ପରୀକ୍ଷା କେନ୍ଦ୍ରରେ ଥଣ୍ଡା ପାଣି ସହ ଓଆରଏସ ମହଜୁତ ରଖାଯିବ । ଚଳିତବର୍ଷ ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ ପରୀକ୍ଷା ଦେବେ । ୧୧୩୩ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ପରୀକ୍ଷା ପରିଚାଳନା ହବ୍ ତଥା ନୋଡାଲ୍ ସେଣ୍ଟର ହୋଇଛି । ପରୀକ୍ଷାରେ ସ୍ବଚ୍ଛତା, କପି ରୋକିବା, ନକଲି ପ୍ରଶ୍ନପତ୍ର ଓ ଗୁଜବକାରୀଙ୍କ ଉପରେ କଡ଼ା ନଜର ରଖିବା ଉପରେ ଏଥର ଗୁରୁତ୍ବାରୋପ କରାଯାଇଛି ।

ହେଲେ ଯାଜପୁର ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଥିବା ବେଳେ କଲେଜରେ କୌଣସି ସବୁିଧା କରାଯାଇନି।  ଯାଜପୁର ର ସର୍ବପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ଦେଖାଦେଇଛି ଏହି ସମସ୍ୟା। ପ୍ରବଳ ଗରମ ହେଉଥିଲେ ହେଁ ପରୀକ୍ଷା ହଲ ରେ ଲାଗିଥିବା ଅର୍ଦ୍ଧାଧିକ ଫ୍ୟାନ ଅଚଳ । ସେହି ପରି ଛାତ୍ର ଛାତ୍ରୀଙ୍କ ପାଇଁ ପାନୀୟ ଜଳର କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ଯାହାକୁ ନେଇ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି।

ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟି ରେ ରଖି ପ୍ରତ୍ୟେକ କଲେଜ କର୍ତ୍ତୃପକ୍ଷ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।କିନ୍ତୁ ଏଠାରେ ସମ୍ପୂର୍ଣ୍ଣ ଉଲଂଘନ ହୋଇଛି। ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି।

Leave A Reply

Your email address will not be published.