Latest Odisha News

ତିନି ଶିଶୁଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ବାପା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନାର କମଣ୍ଡ ନିକଟ କୁଲାମୁଣ୍ଡା ସାହିରେ ଅଭାବନୀୟ ଘଟଣା।  ମଦ ଉଜାଡିଦେଇଛି ସଂସାର ।  ନିଜର ତିନି ନିଷ୍ପାପ ଶିଶୁକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ବାପା।  ଗତକାଲି ପାଣ୍ଡୁ ମୁଣ୍ଡା ମଦ ପିଇ ରାତିରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀ ଧୁବଲି ମୁଣ୍ଡାକୁ ମାରିବା ପାଇଁ ଟାଙ୍ଗିଆ ଉଠାଇଥିଲା। ହେଲେ ଜୀବନ ବିକଳରେ ସେ ଦୌଡି ପଳେଇଯାଇଥିଲେ।

ସେହି ସମୟରେ ଘରେ ଥିବା ତିନି ଶିଶୁ ସୀମା ମୁଣ୍ଡା (୦୫ ) ରାଜୁ ମୁଣ୍ଡା (୨) ଓ ଦୁଇ ମାସର ଝିଅକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା। ପରେ ତିନି ମୃତ ଶିଶୁଙ୍କୁ କୁଅରେ ପକାଇ ଥିବା ମାଆ ଅଭିଯୋଗ କରିଛି।ଅଭିଯୁକ୍ତ ବାପା ଫେରାର .ହେଇଯାଇଛି ।

ପୁଲିସ ଖବର ପାଇ ଅଭିଯୁକ୍ତ ବାପାକୁ କାବୁ କରିବା ପାଇଁ ତଲାସ ଜାରି ରଖିଛି।

Comments are closed.