Latest Odisha News

BREAKING NEWS

ଭାଷା ଭାଗବତ : ସତ୍ୟାସୀନ ବ୍ୟକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୬ 

ସତ୍ୟକୁ ଦେଖୁଁ, ବୁଝୁଁ, ଜାଣୁଁ
ଅସତ୍ୟ କଥା ଶୁଣି ମାନୁଁ
ଏପରି ବୋକାମିରୁ ମୁକ୍ତି
ପାଇବା ଚେଷ୍ଟା କରୁ ବ୍ୟକ୍ତି
ବ୍ୟକ୍ତିକୁ ଶକ୍ତି ଦେଉ ବ୍ୟକ୍ତି

ଯାହାକୁ କରୁଛୁଁ ଗୁହାରି
ସେ କଥା ଶୁଣେନି କାହାରି
ତେବେ ବି କରୁଛୁଁ ବିଶ୍ବାସ
ଏ ପ୍ରଥା ଅଟେ ଉପହାସ୍ୟ

ମଣିଷ ମିଥ୍ୟା ଆସ୍ଥାଚ୍ଛନ୍ନ
ହେବାରୁ ଏବେ ପରାଧୀନ
କରୁଛି ଜୀବନ ଯାପନ
ଡରୁଛି ହେବାକୁ ସ୍ବାଧୀନ

କରିଲେ ବ୍ୟକ୍ତିତ୍ୱ ବର୍ଜନ
ମିଳେନି କିଛି ସମାଧାନ
ସମସ୍ୟା ସବୁ ମନଗଢ଼ା
ମନୁ ହୁଅଂତୁ ଏବେ ତଡ଼ା

ଯାହା ସତ ଓ ବାସ୍ତବିକ
ତା ବୁଝି ମଣିଷ ବିବେକ
ସ୍ବେଚ୍ଛାରେ ଦାୟିତ୍ବ, କର୍ତବ୍ୟ
ସଂଭାଳି ହେଉ ଏବେ ସଭ୍ୟ

ପୁରାକାଳୀନ ବର୍ବରତା
ହରାଉ ଏବେ ତାର ସତ୍ତା
ବ୍ୟକ୍ତି ଆପଣା ଅନନ୍ୟତା
ବଳେ ଦେଖାଉ ବୁଦ୍ଧିମତ୍ତା

ବ୍ୟକ୍ତି ହୋଇଲେ ସତ୍ୟାସୀନ
ପାଇବ ସବୁ ସମାଧାନ
ସତ୍ୟକୁ ଭାଷାରେ ପ୍ରକାଶ
କରିବା ଉତ୍ତମ ଅଭ୍ୟାସ

ନିତ୍ୟ ସତ୍ୟ ଲିଖନ କରି
ହୋଇ ଭାଷାର ହିତକାରୀ
ବଢ଼ାଉଁ ସ୍ବଭାଷାର ଶକ୍ତି
ତାହା ହିଁ ଶୁଦ୍ଧ ଅନୁରକ୍ତି

 

Comments are closed.