Latest Odisha News

BREAKING NEWS

ପ୍ରତିଶ୍ରୁତି ପତ୍ରିକାର ‘ମାଟି ବିଶେଷାଙ୍କ’ ଉନ୍ମୋଚିତ

ଭୁବନେଶ୍ୱର : ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ‘ପ୍ରତିଶ୍ରୁତି’ ପତ୍ରିକାର ଚତୁର୍ଥ ସଂସ୍କରଣ ମାଟି ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି । ଏହା ସହ କବୀ ବିନୋଦିନୀ ରଥଙ୍କ ରଚିତ “ସତୀ ବୃନ୍ଦାବତୀ” ଓ କବି ଦୟାନିଧି ତ୍ରିପାଠୀଙ୍କ “ଭକ୍ତି ନନ୍ଦିଘୋଷ” କାବ୍ୟ ସଙ୍କଳନ ଲୋକାର୍ପିତ ହୋଇଥିଲା ଏବଂ ସାହିତ୍ୟ, କଳା, ସଂସ୍କୃତି, ଭାସ୍କର୍ଯ୍ୟ, ସମାଜ ସେବା ଓ ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ବରିଷ୍ଠ ଶିକ୍ଷାବିତ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବରେ ଏବଂ ନିମନ୍ତ୍ରିତ ଅତିଥି ଭାବରେ ଚନ୍ଦ୍ରଶେଖର ଦାଶ, ରକ୍ଷକ ନାୟକ, ଶଙ୍କର୍ଷଣ ପରିଡା ,ପବିତ୍ର ମୋହନ ଦାଶ, ପିନାକୀ ମିଶ୍ର, ଇପଷିତା ଷଢଙ୍ଗୀ, ହରେକୃଷ୍ଣ ଦାସ, ଦୟାନିଧି ତ୍ରିପାଠୀ , ସୁରେନ୍ଦ୍ର ମଲ୍ଲିକ ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଯୋଗଦେଇ “ସାହିତ୍ୟ ସର୍ଜନାରେ ମାଟିର ବୈଶିଷ୍ଟ୍ୟ” ଶୀର୍ଷକ ଉପରେ ଆଲୋକପାତ କରିଥିଲେ।

ସମ୍ପାଦିକା ସସ୍ମିତା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସାରସ୍ବତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଓ ପରିଚାଳନା ସମ୍ପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ ବିବରଣୀ ପାଠ କରିଥିବା ବେଳେ ପରିଚାଳନା ଦାୟିତ୍ବରେ ସୌଦାମିନି ବେହେରା, ନିରୁପମା କର, ଶ୍ୟାମାକିଙ୍କର ମହାନ୍ତି, ସୁବ୍ରତ କୁମାର ଜେନା ,ଶୁଭବ୍ରତ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.