Latest Odisha News

BREAKING NEWS

ହାପି ବର୍ଥଡ଼େ ସନ୍ନି ଲିଓନି : ବି-ଟାଉନର ବୋଲ୍ଡ ଷ୍ଟାଇଲିସ୍ ଆକ୍ଟେସ୍

ଦିଲ୍ଳୀ : ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ବି-ଟାଉନରେ ନିଜର ବୋଲ୍ଡ ଷ୍ଟାଇଲ ଗ୍ଲାମରସ୍‌ ଅନ୍ଦାଜ୍‌ ପାଇଁ  ବେଶ ଜଣାଶୁଣା ।  ସଫଳତା ଶୀର୍ଷ ଛୁଇଁବା ପାଇଁ ସେ ଅନେକ ସଂଘର୍ଷ କରିଛନ୍ତି । ଆଜି ଅଭିନେତ୍ରୀଙ୍କର ୪୧ତମ ଜନ୍ମଦିନ। ସଲମାନ ଖାନଙ୍କ ଶୋ’ ବିଗ୍ ବସ୍ ରେ ଅଂଶଗ୍ରହଣ କରିବା ପରେ ସନ୍ନିଙ୍କ ଭାଗ୍ୟ ବଦଳି ଯାଇଥିଲା । ଧୀରେ ଧୀରେ ଫିଲ୍ମରେ ସଫଳତା ପାଇଥିଲେ। ଅନେକ ହିଟ୍‌ ଆଇଟମ୍‌ ଗୀତ ମଧ୍ୟ ଦେଇଛନ୍ତି। ଖୁବ୍ କମ୍ ଲୋକ ଜାଣିନ୍ତି କି ସନ୍ନି ଗୋଟିଏ ଆଇଟମ୍ ନମ୍ବର ପାଇଁ ନିର୍ମାତାମାନଙ୍କ ଠାରୁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି।

ବିଗ୍ ବସ୍‌କୁ ଆସିବା ପରେ ସନ୍ନି ଖୁବ୍‌ ସଫଳତା ପାଇଥିଲେ । ମହେଶ ଭଟ୍ଟ ସେହି ସମୟରେ ସନ୍ନି ଲିଓନଙ୍କୁ ଜିସ୍ମ-୨ ପାଇଁ ଅଫର କରିଥିଲେ। ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଯାହା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଯାହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ସନ୍ନି ‘ୱାନ ନାଇଟ୍ ଷ୍ଟାଣ୍ଡ’, ‘କୁଛ କୁଛ ଲୋଚା ହୈ’, ‘ରାଗିଣୀ ଏମଏମଏସ-୨’, ଜ୍ୟାକପଟ ଏବଂ ଏକ ପାହେଲି ଲୀଲା ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ବ୍ୟକ୍ତିଗତ ବିଷୟରେ କହିବାକୁ ଗଲେ ସନ୍ନି ନିଜର ବୋଲ୍ଡ ଷ୍ଟାଇଲ୍ ପାଇଁ ନୁହେଁ ବରଂ ଜଣେ ଭଲ ବ୍ୟକ୍ତି ଭାବରେ ମଧ୍ୟ ଜଣାଶୁଣା ।

Leave A Reply

Your email address will not be published.