Latest Odisha News

BREAKING NEWS

କେନ୍ଦୁଝରରେ ଜିଲ୍ଲା ପ୍ରଶାସନ ସହଯୋଗରେ ଖୋଲିବ ନିଶା ନିବାରଣ କେନ୍ଦ୍ର

କେନ୍ଦୁଝର: ମଙ୍ଗଳବାର ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଉପସ୍ଥିତିରେ ଏହି ଏମଓୟୁ ଖୋର୍ଦ୍ଧାର ‘ବିଶ୍ୱ ଜୀବନ ସେବା ସଂଘ ସହ ସ୍ୱାକ୍ଷରିତ ହୋଇଛି । ଏମଓୟୁ ଅନୁଯାୟୀ କେନ୍ଦୁଝର ଜିଲ୍ଲାରେ 15 ଶଯ୍ୟା ବିଶିଷ୍ଟ ଏକ ନିଶାମୁକ୍ତି ଓ ଥଇଥାନ କେନ୍ଦ୍ର ପ୍ରତିଷ୍ଠା ଓ ପରିଚାଳନା କେନ୍ଦ୍ର ଖୋଲା ଯିବ ।

ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ଏମଓୟୁ ବେଳେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ କହିଥିଲେ ଯେ, ଭିନ୍ନକ୍ଷମମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ସେମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏବେ ଏହି ସେବା କେନ୍ଦ୍ର କେନ୍ଦୁଝରବାସୀଙ୍କୁ ନିଶା ନିବାରଣ କେନ୍ଦ୍ର ଭାବେ ସହାୟକ ହେବ ।

ମାଦକ ଦ୍ରବ୍ୟ ସେବନ ଓ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ଚିକିତ୍ସା ଓ ଥଇଥାନ ପାଇଁ ଏହି ସେବା କେନ୍ଦ୍ର ସହଯୋଗ କରିବ। ଚଳିତ ମାସ ଶେଷରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଜିଲ୍ଲା ମିନେରାଲ ଫାଉଣ୍ଡେସନ କେନ୍ଦୁଝରର ସହଯୋଗରେ ଏହା ତିଆରି ହେବ । ଏହି କେନ୍ଦ୍ର ତିଆରି ହେଲେ ଏହା ଜିଲ୍ଲାର ପ୍ରଥମ ନିଶାନିବାରଣ କେନ୍ଦ୍ର ହେବ।

Comments are closed.