Latest Odisha News

ସମ୍ବଲପୁର: ଶୋଇଥିବା ବେଳେ ଯୁବକଙ୍କ ମୁଣ୍ଡ କାଟି ନେଲେ ଦୁବୃର୍ତ୍ତ

ସମ୍ବଲପୁର : ସମ୍ୱଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି-ତିଲେଇମାଲ ଗ୍ରାମରେ ମଙ୍ଗଳବାର ଦିନ କେହି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ନେଇଯିବା ଭଳି ଅଭାବନୀୟ ଘଟଣା ନଜରକୁ ଆସିଛି ।

ମୃତକଙ୍କ ନାମ ସତ୍ୟନାରାୟଣ ମୁଣ୍ଡା ବୋଲି ଜଣାପଡିଛି।

ଗତକାଲି ରାତିରେ ଅସହ୍ୟ ଗୁଳୁଗୁଳି ହେଉଥିବାରୁ ସତ୍ୟନାରାୟଣ ଘର ବାହାରେ ଖଟିଆରେ ମାଶାରୀ ଟାଙ୍ଗି ଶୋଇଥିଲେ। ପରବର୍ତ୍ତୀ ସମୟରେ ଆଜି ଭୋର ସମୟରେ ପରିବାର ଲୋକେ ତାଙ୍କ ମୁଣ୍ଡ ବିହୀନ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ବୋଲି ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Comments are closed.