Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୨ବର୍ଷ ପରେ ଫେରିଲେ ମୃତ ଘୋଷିତ ସ୍ୱାମୀ , ପତ୍ନୀଙ୍କୁ କଲେ ଦ୍ୱିତୀୟ ବିବାହ

କୋରାପୁଟ : ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କଲେ ସ୍ୱାମୀ ।  ହେଲେ କାହିଁକି ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ।  ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି ।

ହଠାତ୍‌ ଦୁଇ ବର୍ଷ ହେବ ମୃତ ସ୍ୱାମୀ ଜୀବନ୍ତ ଫେରିଥିଲେ । ଗାଁ ଲୋକ ଏହା ଦେଖି ହତବାକ୍‌ ହୋଇଯାଇଥିଲେ । ସେପଟେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ପତ୍ନୀ ଦୁଇ ବର୍ଷ ହେବ ବିଧବା ଭାବେ ଗାଁରେ ଚଳୁଥିଲେ । ରୀତିନୀତି ଅନୁସାରେ ସ୍ୱାମୀଙ୍କ ଶୁଦ୍ଧ କରାଯାଇ ପତ୍ନୀଙ୍କ ଶଙ୍ଖା ସିନ୍ଦୁର ପୋଛି ଦିଆଯାଇଥିଲା । ହେଲେ ହଠାତ୍‌ ସ୍ୱାମୀ  ଘାସି ଅମାନାତ୍ୟ ପହଞ୍ଚିବା ପରେ ପୁଣିଥରେ ବିଧବା ପତ୍ନୀ ସୁବର୍ଣ୍ଣଙ୍କୁ ବିବାହ କରିଛନ୍ତି ।

ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବିସିଂହପୁର ପଞ୍ଚାୟତ ଅନ୍ତର୍ଗତ ପୋଡାପଦର ଗାଁରେ । ଗତ ଦୁଇ ବର୍ଷ ପୂର୍ବେ ଘାସି ସେହି ଗାଁର କିଛି ଲୋକଙ୍କ ସହିତ ଦାଦନ ଖଟିବା ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ରକୁ ଯାଇଥିଲେ । କିଛି ମାସ ମଧ୍ୟରେ ଆନ୍ଧ୍ରରେ ବାଟ ବଣା ହୋଇ ନିଖୋଜ ହୋଇଯାଇଥିଲେ ।

ସାଙ୍ଗ ମାନେ ବହୁ ଦିନ ଧରି ଖୋଜାଖୋଜି କରିଥିଲେ ବି ଘାସିଙ୍କ କୌଣସି ଖବର ପାଇନଥିଲେ । ନିଖୋଜର ଆଠ ମାସ ପରେ ଘାସିଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଖବର ପାଇଲେ । ହେଲେ ଘାସିଙ୍କ ମୃତଦେହ ପାଇ ନଥିଲେ । ହେଲେ ଗାଁ ଲୋକଙ୍କଠାରୁ ଘାସିଙ୍କ ମୃତ୍ୟୁ ଖବର ଶୁଣି କୁଳ କୁଟୁମ୍ବ ଏକାଠି ହୋଇ ଶୁଦ୍ଧିକ୍ରିୟା  କରିଥିଲେ ।

ଘରୁ ଯିବାର ଦୁଇ ବର୍ଷ ପରେ ଅର୍ଥାତ ଗତ ଦୁଇ ମାସ ତଳେ ନିଜ ଗାଁରେ ଘାସି ହାଜର ହୋଇଗଲେ । ଆଉ ନିଜର ଦୁଃଖ କାହାଣୀ ସମସ୍ତଙ୍କୁ ଜଣାଇଥିଲେ । କୁଳ ସମାଜର ସଭାପତିଙ୍କ ଉପସ୍ଥିତିରେ ଏକ ବୈଠକ ବସିଲା ଏବଂ ପରମ୍ପରା ଅନୁଯାୟୀ ପୁଣି ସ୍ୱାମୀ – ସ୍ତ୍ରୀଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ହେଲା । ପରେ ଗାଁର ଶିବ ମନ୍ଦିର ଠାରେ ବ୍ରାହ୍ମଣଙ୍କ ଉପସ୍ଥିତିରେ ବିବାହ  ହୋଇଛି ।

 

Leave A Reply

Your email address will not be published.