Latest Odisha News

BREAKING NEWS

ଓଡ଼ିଶା ବିଧାନସଭା: ପୁରସ୍କୃତ ହେବେ ୨୪ ଜଣ ଶ୍ରେଷ୍ଠ ବିଧାୟକ

ଭୁବନେଶ୍ୱର : ଓଡ଼ିଶା ବିଧାନସଭା ପକ୍ଷରୁ ୨୪ ଜଣ ଶ୍ରେଷ୍ଠ ବିଧାୟକଙ୍କୁ ପୁରସ୍କୃତ କରାଯିବ । ବିଧାୟକମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନ ନିମନ୍ତେ ପ୍ରଦାନ କରାଯାଉଥିବା ୩ଟି ବର୍ଗର ପୁରସ୍କାର (ପଣ୍ଡିତ ନୀଳକଣ୍ଠ ସମ୍ମାନ, ଉତ୍କଳମଣି ଗୋପବନ୍ଧୁ ସମ୍ମାନ ଓ ଉତ୍କଳ ଗୌରବ ମଧୁସୂଦନ ସମ୍ମାନ)ର ତାଲିକା ଚୂଡ଼ାନ୍ତ ହୋଇଛି ।

ଓଡ଼ିଶା ବିଧାନସଭାରେ ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ୮ ବର୍ଷର ଶ୍ରେଷ୍ଠ ବିଧାୟକମାନଙ୍କୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ । ଦୀର୍ଘ ୯ ବର୍ଷ ଧରି ଏହି ପୁରସ୍କାର ଘୋଷଣା ନ’ହୋଇ ପଡ଼ି ରହିଥିଲା ।

ପଣ୍ଡିତ ନୀଳକଣ୍ଠ ସମ୍ମାନ
୨୦୦୯ – ବିଷ୍ଣୁ ଚରଣ ଦାସ, ୨୦୧୦ – ଅରୁଣ କୁମାର ସାହୁ, ୨୦୧୧ – ପ୍ରଭାତ କୁମାର ବିଶ୍ୱାଳ, ୨୦୧୨ – ଡଃ ପ୍ରଫୁଲ୍ଲ କୁମାର ମାଝୀ, ୨୦୧୩ – ଅମରପ୍ରସାଦ ଶତପଥୀ, ୨୦୧୪ – ପ୍ରମିଳା ମଲ୍ଲିକ, ୨୦୧୫ – ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ୨୦୧୬ – ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ
ଉତ୍କଳ ଗୌରବ ମଧୁସୂଦନ ସମ୍ମାନ
୨୦୦୯ – ସୁରେନ୍ଦ୍ର ନାଥ ନାୟକ, ୨୦୧୦ – ବିମ୍ବାଧର କୁଅଁର, ୨୦୧୧ – ନିତ୍ୟାନନ୍ଦ ପ୍ରଧାନ, ୨୦୧୨ – ରମେଶ ଚନ୍ଦ୍ର ସ୍ୱାଇଁ, ୨୦୧୩ – ବିକ୍ରମକେଶରୀ ବର୍ମା, ୨୦୧୪ – ରାଜେନ୍ଦ୍ର ଢୋଲକିଆ, ୨୦୧୫ – ସୁରେନ୍ଦ୍ରନାଥ ପରମାଣିକ ଓ ୨୦୧୬ – ଚକ୍ରଧର ପାଇକ
ଉତ୍କଳମଣି ଗୋପବନ୍ଧୁ ସମ୍ମାନ
୨୦୦୯ – ସଞ୍ଜୟ ଦାସବର୍ମା, ୨୦୧୦ – ପ୍ରୀତିରଞ୍ଜନ ଘଡ଼େଇ, ୨୦୧୧ – ସମୀର ରଞ୍ଜନ ଦାଶ, ୨୦୧୨ – ପ୍ରଶାନ୍ତ କୁମାର ମୁଦୁଲି, ୨୦୧୩ – ବିଜୟ କୁମାର ମହାନ୍ତି, ୨୦୧୪ – ଡଃ ରାସେଶ୍ୱରୀ ପାଣିଗ୍ରାହୀ, ୨୦୧୫ – କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ୨୦୧୬ – ପ୍ରଦୀପ ପୁରୋହିିତ
Leave A Reply

Your email address will not be published.