ନୂଆଦିଲ୍ଲୀ: ଆୟଠାରୁ ଅଧିକ ସମ୍ପତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା । ସିବିଆଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏହା ବ୍ୟତୀତ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ କୁହାଯାଇଛି । ହ୍ୟାଲି ରୋଡ, ଗୁରୁଗ୍ରାମ ଜନପ୍ରତିନିଧି, ପଂଚକୁଲା ଓ ଆସୋଲାରେ ଥିବା ତାଙ୍କର ସମ୍ପତିକୁ ଜବତ କରାଯାଇଛି ।
ଚୌତାଲାଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ତାଙ୍କ ବୟସ ୮୭ ଏବଂ ସେ ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି । ଏବେ ସେ ଏକପ୍ରକାର ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି । ସେ ନିଜ କାମ ନିଜେ କରିପାରୁ ନାହାନ୍ତି । ଏହାର ଜବାବରେ କୋର୍ଟ କହିଥିଲେ ତାଙ୍କ ଦଣ୍ଡ କୋହଳ କଲେ ସମାଜରେ ଖରାପ ମେସେଜ ଯିବ । ସେ ଭୁଲ କରିଛନ୍ତି ଏବଂ ଦଣ୍ଡ ପାଇବେ । ଦଣ୍ଡ ଶୁଣାଣୀ ବେଳେ କୋର୍ଟରେ ତାଙ୍କ ପୁଅ ଅଭୟ ଚୌତାଲା ଓ ନାତି ଅର୍ଜୁନ ଉପସ୍ଥିତ ଥିଲେ ।
Comments are closed.