[ଦେଖନ୍ତୁ ଭିଡିଓ] ସେବାୟତ ଗୁଳିକାଣ୍ଡ ପରେ ଆକ୍ସନରେ ପୁରୀ ପୁଲିସ : ବିଭିନ୍ନ ସ୍ଥାନରେ ଚଢ଼ାଉ, ୪ ବନ୍ଧୁକ ଜବତ ସହ ୭ ଗିରଫ
ପୁରୀ : ସେବାୟତ ଶିବରାମ ପାତ୍ର ଗୁଳିକାଣ୍ଡ ପରେ ଆକ୍ସନରେ ପୁରୀ ପୁଲିସ । ହତ୍ୟାକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ସହିତ ୪ଟି ବନ୍ଧୁକ ଜବତ କରିଛି ପୁଲିସ । ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବା ପ୍ରେସମିଟରରେ ସୂଚନା ଦେଇଛନ୍ତି ପୁରୀ ଏସପି । ପୁରୀ ସଦର ଥାନା , ଟାଉନ ଥାନା ଓ ବଳିଆ ପଣ୍ଡା ଥାନା ଅଞ୍ଚଳ ପୋଲିସ ପକ୍ଷରୁ ଡ୍ରାଇଭ କରାଯାଇ ବନ୍ଧୁକ ସମେତ ଏହାର କାରବାର କରୁଥିବା ଵ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।
ଚଳିତ ବର୍ଷ ବିଭିନ୍ନ ଘଟଣା କ୍ରମକୁ ନେଇ ମୋଟ ୧୬ଟି ବନ୍ଧୁକ ଜବତ ହୋଇଛି । ପୁରୀରେ ଚୋରା ବନ୍ଧୁକ କାରବାର ଉପରେ ରୋକ ଲଗାଇବା ପାଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ କରାଯାଇ ଚଢ଼ାଉ ଜାରି ରହିଛି । ତେବେ ପୁରୀ କୁ କେଉଁ ଠାରୁ ବନ୍ଧୁକ ଆଶୁଚି ଏବଂ ଏହାର ମୁଖ୍ୟ କିଙ୍ଗପିନ କିଏ ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।
ପୁରୀ ପୋଲିସ ପକ୍ଷରୁ ଜାରି ଫୋନ ନମ୍ବରରେ ଲୋକ ମାନେ ଏ ନେଇ ଖବର ଦେବାକୁ ପୁରୀ ଏସପି ଅପିଲ କରିଛନ୍ତି । ତେବେ ପୁରୀ କୁ ଅପରାଧ ମୁକ୍ତ ପାଇଁପୁରୀ ପୋଲିସ ପକ୍ଷରୁ ସବୁବେଳେ ଉଦ୍ୟମ ରହିଥିବା ପୁରୀ ଏସପି କହିଛନ୍ତି ।
ଏଥିସହ ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀକୁ ଅପରାଧ ଓ ଅପରାଧୀ ମୁକ୍ତ କରିବା ପାଇଁ ଆହୁରି ଚଢ଼ାଉ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ପୁରୀ ଏସପି ।
Comments are closed.