ପୁରୀ: ଚିଠି ଲେଖିଲେ, ଛୁଟିରେ ଗଲେ । ପୁରୀରେ ପୋଲିସ ଓ ନିଶା ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକାକୁ ପଦାକୁ ଆଣିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ଛୁଟିରେ ଯିବେ । ଏନେଇ ସେ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏ ଛୁଟିରେ ରହିବାକୁ ଅନୁମତି ମାଗିଛନ୍ତି ସଞ୍ଜୟ । ଏପରିକି ଛୁଟି ସମୟରେ ହେଡ କ୍ୱାର୍ଟର ଛାଡ଼ିବାକୁ ଅନୁମତି ଦେବା ପାଇଁ ଅନୁରୋଧ କରିଛନ୍ତି ।
ପୁରୀ ପୋଲିସ ବିରୋଧରେ ଅଭିଯୋଗ ଆଣିବା ପରେ ସଞ୍ଜୟ କାହିଁକି ଛୁଟି ଆବେଦନ କଲେ ? ଚାପରେ ନା ସ୍ବଇଚ୍ଛାରେ ଛୁଟି ଆବେଦନ କରିଛନ୍ତି ସଞ୍ଜୟ ? ଏବେ ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୁରୀବାସୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିବାରେ ଲାଗିଛି।
ମାସିକିଆ ବଟି ନେଇ ପୁରୀ ପୋଲିସ ନିଶା ମାଫିଆଙ୍କୁ ସହାୟତା କରୁଥିବା ଅଭିଯୋଗ କରିଥିଲେ ସଞ୍ଜୟ । ଏନେଇ ସେ ଅବକାରୀ କମିଶନର ଆଶିଷ ସିଂଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । ଅଭିଯୋଗ ଆଣିବା ପରେ ସଞ୍ଜୟ ଛୁଟିରେ ଯାଉଥିବାରୁ ସନ୍ଦେହ ବଢ଼ିବାରେ ଲାଗିଛି । ତେବେ ଏନେଇ ପୁରୀ ଅବକାରୀ ଅଧୀକ୍ଷକ କିମ୍ବା ଏସପିଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।
Comments are closed.