Latest Odisha News

BREAKING NEWS

ସୁସ୍ଥତା ପାଇଁ ନିୟମିତ ବାଲି ଖାଉଛନ୍ତି ବୃଦ୍ଧ

ବ୍ରହ୍ମପୁର: ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଗଞ୍ଜାମ ଜିଲାରେ ଏମିତି ଜଣେ ବୃଦ୍ଧ ଅଛନ୍ତି, ଯିଏ ସୁସ୍ଥ ରହିବା ପାଇଁ ନିୟମିତ ବାଲି ଖାଉଛନ୍ତି। ଦିନେ କି ଦୁଇ ଦିନ ନୁହଁ, ବରଂ ଗତ ୪୦ ବର୍ଷ ସବୁଦିନ ବାଲି ଖାଉଛନ୍ତି। ତାଙ୍କୁ ଯିଏ ଦେଖୁଛି, ଆଶ୍ଚର୍ଯ୍ୟ ଚକିତ ହେଉଛି ।

୬୮ ବର୍ଷୀୟ ଏହି ବୃଦ୍ଧଙ୍କ ନାମ ହେଉଛି ହରିଲାଲ ସକ୍ସେନା। ତାଙ୍କ ଘର ଉତ୍ତରପ୍ରଦେଶ କନୌଜ ଅଞ୍ଚଳର ଅରଙ୍ଗାପୁର ଗ୍ରାମରେ। ହରିଲାଲ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କିର୍ତ୍ତିପୁର ଅଞ୍ଚଳର ଗୋଟିଏ କିଆଫୁଲ ଭାଟିରେ ଅତର ପ୍ରସ୍ତୁତି କାମ କରୁଛନ୍ତି । ଗତ ୧୦ରୁ ୧୨ ବର୍ଷ ହେଲା ସେ ଏକାମ କରୁଛନ୍ତି। ହରିଲାଲଙ୍କ କହିବା କଥା ହେଲା, ପିଲାଦିନେ ସେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରେ ଆକ୍ରାନ୍ତ ଥିଲେ ।

 

ଗାଁ ପାଖ ନଦୀ ପଠାକୁ ଶୌଚ ପାଇଁ ଯାଇଥିବା ବେଳେ ଜଣେ ବୃଦ୍ଧଙ୍କ ସହ ତାଙ୍କର ପରିଚିତ ହୋଇଥିଲା । ଗୋଡ଼ ହାତ ଯନ୍ତ୍ରଣା ଏବଂ ସଠିକ ହଜମ ହେଉନଥିବା ନେଇ ବୃଦ୍ଧଙ୍କୁ ହରିଲାଲ କହିଥିଲେ । ଏହି ସମସ୍ୟାର ସମାଧାନ ନିମନ୍ତେ ବୃଦ୍ଧା ଜଣକ ତାଙ୍କୁ ଗାଧୋଇଲା ବେଳେ ବାଲି ଖାଇବାକୁ ପରାମର୍ଶ ଦେଇଥିଲେ । ହରିଲାଲ ବାଲି ଖାଇବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ।  ସେହି ଦିନ ଠାରୁ ହରିଲାଲ ଏହି ଅଭ୍ୟାସ ଜାରି ରଖିଛନ୍ତି ।

ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ବାଲି ଖାଉଛନ୍ତି। ତାହା ହଜମ ମଧ୍ୟ ହୋଇଯାଉଛି। ବାଲି ଖାଉଥିଲେ ମଧ୍ୟ କେବେ ଅସୁସ୍ଥ ହୋଇନାହାନ୍ତି।

 

ପ୍ରଥମେ ପ୍ରଥମେ ଗ୍ରାମବାସୀ ଆଶ୍ଚର୍ଯ୍ୟ ହେଉଥିଲେ । ତେବେ ବର୍ଷା ଦିନଗୁଡ଼ିକରେ ହରିଲାଲ ଆଗୁଆ ବାଲି ଗଚ୍ଛିତ ରଖିଥାନ୍ତି। ହରିଲାଲଙ୍କୁ ବାଲି ଖାଉଥିବା ଦେଖିବା ପାଇଁ ଲୋକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି।

Comments are closed.