Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର : ତାଲିମ ନେଇ ନିଯୁକ୍ତି ଅପେକ୍ଷାରେ ଶତାଧିକ ଆଶାୟୀ

ଜଗତସିଂହପୁର : ନାଉଗାଁ ଥାନା ରୋହିଆ ଗାଁରେ ସେନା ପ୍ରଶିକ୍ଷଣ ଶିବିର । ଏହା କୌଣସି ସରକାରୀ ଅନୁଷ୍ଠାନ ନୁହେଁ, ମାତ୍ର ସେନାବାହିନୀରେ ଭର୍ତ୍ତି କରିବାକୁ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ସାମିଲ କରିଛି ବାଟାଲିୟନ କ୍ୟାମ୍ପ। । ପୂର୍ବତନ ସେନା କର୍ମଚାରୀ ଶିଲୁ ନାୟକ ଆରମ୍ଭ କରିଥିଲେ ମହାଗୁରୁ ବାଟାଲିୟନ କ୍ୟାମ୍ପ। ଯେଉଁ ଶିବିରରେ ତାଲିମ ନେଇ ନିଯୁକ୍ତି ପାଇଁ ଅପେକ୍ଷାରେ ରହିଛନ୍ତି  ବହୁ ଯୁବକ ।

ଯେଉଁ ଶିବିରରେ ତାଲିମ ନେଇ ଏଯାବତ ୬୦ରୁ ଉର୍ଦ୍ଧ୍ବ ପିଲା ସ୍ଥଳ, ଜଳ ଏବଂ ବାୟୁ ସେନା ସହିତ ପାରା ମିଲିଟାରୀ ଓ ପୋଲିସ ବିଭାଗରେ ନିଯୁକ୍ତି ପାଇଥିବା ବେଳେ,ଏବେ ଶତାଧିକ ପିଲା ସେହିଠାରୁ ତାଲିମ ନେଇ ନିଯୁକ୍ତି ପାଇଁ ଅପେକ୍ଷା କରିଥିବା କହିଛନ୍ତି ମହାଗୁରୁ ବାଟାଲିୟନ ର ପ୍ରତିଷ୍ଠାତା ଶିଲୁ ନାୟକ।

ସେନାରେ ଭର୍ତ୍ତି ହେବା ପାଇଁ ମହାଗୁରୁ ବାଟାଲିୟନ କ୍ୟାମ୍ପ ରେ ପ୍ରତ୍ୟେକ ଦିନ ୫ ରୁ୬ ଘଣ୍ଟା ର ପରିଶ୍ରମ ତା ସହିତ ପାଠପଢ଼ା ଯୁବପିଢ଼ି ଙ୍କୁ ଆକୃଷ୍ଟ କରିଛି। ପ୍ରତ୍ୟେକ ଦିନ ଦୌଡ଼, ହାଇଜମ୍ପ, ଲଙ୍ଗଜମ୍ପ, କ୍ରୋକୋଡାଇଲ ୱାକ, ମକ୍ ଡ୍ରିଲ, ସ୍ୟାଣ୍ଡ ଲିଫଟିଙ୍ଗ ସହିତ ଭଲି ବଲ ଆଦି ପ୍ରତିଯୋଗିତା ମୂଳକ ତାଲିମ ନେଇଥାନ୍ତି ପିଲାମାନେ ।

ଆର୍ମୀ ରାଲିର ବିଜ୍ଞାପନ ଜାଣିଲେ ପିଲାମାନେ ନିଯୁକ୍ତି ପାଇଁ ଆର୍ମୀ ରାଲିରେ ସାମିଲ ହୋଇଥାନ୍ତି। ମାତ୍ର ଚଳିତ ଥର ସରକାରଙ୍କ ନିୟମ ପିଲାଙ୍କୁ ନିରାଶ କରିଥିବା ବେଳେ ବର୍ତ୍ତମାନ ସରକାରଙ୍କ ଦ୍ବାରା ଅଗ୍ନିପଥ ଯୋଜନା ପିଲାଙ୍କ ମନୋବଳ କୁ ଭାଙ୍ଗି ଦେଇଥିବା ପ୍ରକାଶ କରିଛନ୍ତି ସେନାରେ ସାମିଲ ହେବାପାଇଁ ରହିଥିବା ଆଶାୟୀ ପ୍ରାର୍ଥୀ।

ସେନାବାହିନୀ ରେ ଅଗ୍ନିପଥ ଯୋଜନା କୁ ନେଇ ସାରା ଦେଶରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ସେନାବାହିନୀରେ ସାମିଲ ହେବାପାଇଁ ଆଶାୟୀ ଥିବା ପ୍ରାର୍ଥୀମାନେ ଏହି ଯୋଜନାକୁ ନିନ୍ଦା କରିଥିବା ସହ ତୀବ୍ର ବିରୋଧ କରୁଥିବା ଜଣାଯାଇଛି।

Comments are closed.