Latest Odisha News

ରୋହିତ ଶର୍ମାଙ୍କ ଅପରାଜିତ ଶତକ, ଇଂଲଣ୍ଡକୁ ପରାସ୍ତ କରି ଭାରତ ୨-୧ରେ ଟି-୨୦ ସିରିଜ ଜିତିଲା

ଲଣ୍ଡନ : ଉଭୟ ବ୍ୟାଟିଂ ଓ ବୋଲିଂରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି ଭାରତ, ଏଥିସହିତ ଟି-୨୦ ସିରିଜ ଜିତିପାରିଛିି ।


ଭାରତ ଟସରେ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟରେ ୧୯୮ ରନ କରିପାରିଥିଲା । ଦଳ ପକ୍ଷରୁ ଜାସନ ରୟ ୭ଟି ଛକା ଓ ୪ଟି ଚୌକା ସହ ୬୭ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ହାର୍ଦ୍ଧିକ ପାଣ୍ଡ୍ୟା ୩୮ ରନ ବିନିମୟରେ ୪ଟି ମୂଲ୍ୟବାନ ୱିକେଟ ନେଇଥିଲେ ।

ଭାରତୀୟ ଦଳ ଜିତିବାକୁ ୧୯୯ ରନର ଟାର୍ଗେଟ ନେଇ ମୁଳରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ରୋହିତ ଶର୍ମାଙ୍କ ୫୬ଟି ବଲରେ ଆକର୍ଷଣୀୟ ଶତକ ଭାରତର ବିଜୟକୁ ସହଜ କରିପାରିଥିଲା । ରୋହିତ ଶର୍ମାଙ୍କ ୧୦୦ ରନରେ ୫ଟି ବିଶାଳ ଛକା ଏବଂ ୧୧ଟି ସୁନ୍ଦର ଚୌକା ଅନ୍ତଭୃକ୍ତ ଥିଲା । କପ୍ତାନ ବିରାଟ କୋହଲୀ ମୂଲ୍ୟବାନ ୪୩ ରନ, ହାର୍ଦ୍ଧିକ ପାଣ୍ଡ୍ୟା ୩୩ ରନ ଏବଂ କେ ରାହୁଲ ୧୯ ରନ କରିଥିଲେ ।

Leave A Reply

Your email address will not be published.