Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

ସରମାଙ୍କ ନିକଟରେ ନିଜକୁ ଖୋଲି ଦେଇ ଶାନ୍ତି ପାଆନ୍ତି ସୁଲୋଚନା। ତାଙ୍କ କୋଳରେ ମଥା ରହି ଶୋଇଥାଆନ୍ତି । ସରମା କହିଲେ, ” ଜାଣିଛ ପୁତ୍ରୀ ! ଆଜି ଜ୍ୟେଷ୍ଠ ଭ୍ରାତା, ସୀତାଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଥିଲେ। ମାତ୍ର ସାମାନ୍ୟ ଏଜ ଦୁବଘାସ ରାବଣ ପରି ପରାକ୍ରମୀଙ୍କୁ ପରାଜିତ କରିଦେଲା । ସୀତାଙ୍କୁ ସେ ସ୍ପର୍ଶ ମଧ୍ୟ କରି ନ ପାରି ଫେରି ଆସିଲେ। ”

” କିନ୍ତୁ ଏହା କିପରି ସମ୍ଭବ ହେଲା ! ତ୍ରିଲୋକବିଜେତା ରାବଣ ଜଣେ ନାରୀ ସମ୍ମୁଖରେ ନିଷ୍ପ୍ରଭ ହୋଇପଡିଲେ କିପରି ? ଦୁବଘାସଟିଏ ସୀତାଙ୍କୁ କିପରି ରକ୍ଷା କରି ପାରିଲା ? ମୋତେ ବୁଝାଇ କୁହନ୍ତୁ ମାତା ! ”

” ସେ ଅନେକ କାହାଣୀ ସୁଲୋଚନା ! ସୀତାଙ୍କୁ ରକ୍ଷା କରୁଛି ଜ୍ୟେଷ୍ଠ ଭ୍ରାତାଙ୍କ ଉପରେ ଥିବା ଚାରିଗୋଟି ଅଭିଶାପ। ”

” ଅଭିଶାପ !! ”

” ପ୍ରଥମ ଅଭିଶାପ ପାଇଥିଲେ ସେ ବେଦବତୀଙ୍କଠାରୁ।”

” ବେଦବତୀ କିଏ ଓ ଅଭିଶାପ କାହିଁକି ଦେଲେ ? ”

” ଦେବଗୁରୁ ବୃହସ୍ପତିଙ୍କର ପୁତ୍ର ବ୍ରହ୍ମର୍ଷି କୁଶଧ୍ୱଜ। ସେ ସର୍ବଦା ବେଦ ପଠନରେ ବ୍ୟସ୍ତ ରହନ୍ତି। ତାଙ୍କର ତପସ୍ୟା ଓ ଭକ୍ତିର ଫଳ ହେଲେ ତାଙ୍କ କନ୍ୟା ବେଦବତୀ। ସୁନ୍ଦରୀ ବେଦବତୀଙ୍କୁ ପାଇବା ପାଇଁ ଅନେକ ଦେବତା ଓ ଦାନବ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ଭଗବାନ ବିଷ୍ଣୁଙ୍କ ସହ କନ୍ୟା ବେଦବତୀକୁ ବିବାହ ଦେବାକୁ ଇଚ୍ଛୁକ ଥିଲେ ବ୍ରହ୍ମର୍ଷି । ଏଥିରେ କୁପିତ ହୋଇ ରାଜା ଶମ୍ଭୁ ବେଦମତୀଙ୍କର ମାତାପିତାଙ୍କୁ ଏକ ଅମବାସ୍ୟାର ଅନ୍ଧକାର ରାତ୍ରିରେ ହତ୍ୟା କରି ଦେଇଥିଲେ। ‘

” ବେଦମତୀଙ୍କର ଏହାପରେ କ’ଣ ହେଲା ?

କ୍ରମଶଃ….

Leave A Reply

Your email address will not be published.