ଜଗତସିଂହପୁର : ଅଚଳ ହୋଇପଡ଼ିଛି ଜଗତସିଂହପୁର ତିର୍ତ୍ତୋଲ ନାଉସିରା ଶାରଳା ସୂତା କଳ । ୧୯୮୪ମସିହାରୁ ଚାଲିଥିବା ଏହି ମିଲ୍ ହଜାର ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିଲା। ଏହି ମିଲ ଉତ୍ପାଦିତ ହେଉଥିବା କପଡ଼ା ଦେଶ ବିଦେଶରେ ମଧ୍ୟ ଡିମାଣ୍ଡ ରହିଥିଲା। ତେବେ ମିଲ୍ଟି କିଛି ଦିନ ଭଲରେ ଚାଲିଥିବା ବେେଳେ ହଠାତ୍ କ୍ଷତି ହେବାରେ ଲାଗିଲା । ଖାଲି ସେତିକି ନୁହେଁ ପୁଣି ଥରେ ଏଥିରେ ଅର୍ଥ ବିନିଯୋଗ କରାଯାଇ ପୁନଃକ୍ଷମ କରାଗଲା।
ହେଲେ ବନ୍ଦ ହୋଇଗଲା ମିଲ୍ । ହଜାର ହଜାର କର୍ମଚାରି ଚାକିରୀ ହରାଇଥିବା ବେଳେ ବାହାରେ ଥିବା ବ୍ୟବସାୟୀ ମାନେ ମଧ୍ୟ ବେରୋଜଗାର ହୋଇପଡ଼ିଲେ। ସବୁଠୁ ବଡ଼ କଥା ହେଲା ବ୍ୟାଙ୍କରୁ ଋଣ ଆଣିଥିବା ଲୋକେ ବେରୋଜଗାର ହୋଇଥିବା ବେଳେ ଋଣ ସୁଝିବା କଷ୍ଟକର ହୋଇପଡ଼ିଲା। ଆଉ ଏବେ ପୁଣି ବ୍ୟାଙ୍କ ନୋଟିସ୍ ପରେ ଲୋକେ ଚିନ୍ତାରେ ପଡିଯାଇଛନ୍ତି।
ରୋଜଗାର ହରାଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି କର୍ମଚାରୀ । କିଛି ଆଶା ଥିଲା ସୂତା କଳ ପୁଣି କାର୍ଯ୍ୟକ୍ଷମ ହେବ। ହେଲେ ଋଣ ଯୋଗୁ ମିଲକୁ ବ୍ୟାଙ୍କ ଅକ୍ତିଆର କରିନେବା ଆଉ ନୋଟିସ୍ ଲଗାଇବା ପରେ ଏବେ ନିରାଶ ହୋଇପଡ଼ିଛନ୍ତି ଲୋକେ।
ପୁଣିଥରେ ସୂତା ମିଲ୍ କାର୍ଯ୍ୟ କ୍ଷମ ହେବ । ପୁଣି ଥରେ ଲୋକଙ୍କୁ ରୋଜଗାର ମିଳିବ । ଏହି ସ୍ୱପ୍ନ ଏବେ ସ୍ୱପ୍ନରେ ପାଲଟିବାକୁ ବସିଛି।
Comments are closed.