Latest Odisha News

BREAKING NEWS

ରାଜ୍ୟ ବଜେଟକୁ ନେଇ ବିଜେପି ର ପ୍ରତିକ୍ରିୟା

ଭୁବନେଶ୍ବର: ବଜେଟକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସରକାରଙ୍କୁ ଘେରିଛନ୍ତି ।  ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ଦୁଇ ଲକ୍ଷ କୋଟି ଟଙ୍କାରେ ପହଂଚିଥିବାର ଆସ୍ପାଳନ କରୁଛନ୍ତି ରାଜ୍ୟ ସରକାର । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା ତଥ୍ୟକୁ କାହିଁକି ରାଜ୍ୟ ସରକାର ଲୁଚାଇ ରଖିଛନ୍ତି ବୋଲି ପ୍ରଶ୍ନ ପଚାରି ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୬-୧୭ ରେ ବାସ୍ତବ ବ୍ୟୟ ବଜେଟ ଆକଳନର ୮୪ ପ୍ରତିଶତ ଥିବାବେଳେ ୨୦୨୦-୨୧ ରେ ତାହା ୭୪ ପ୍ରତିଶତକୁ ଖସିଆସିଛି ।

ପୁଂଜି ଖର୍ଚ୍ଚ ୫୬ ପ୍ରତିଶତ ବଢାଇବାର ଆକଳନ ଏକ ବିରାଟ ସଂଖ୍ୟାର ବିଭ୍ରାନ୍ତିରେ ରାଜ୍ୟବାସୀଙ୍କୁ ବୋକା ବନାଇବାର ଉଦ୍ୟମ ହୋଇଛି ।ବାସ୍ତବରେ ରାଜ୍ୟର ମୋଟ ଘରୋଇ ଉତ୍ପାଦନର ଶତାଂଶ ହିସାବରେ ସରକାରଙ୍କ ପୁଂଜି ଖର୍ଚ୍ଚ ବର୍ଷ ବର୍ଷ ଧରି ଦକ୍ଷିଣ ମୁହାଁ ହେବାରେ ଲାଗିଛି । ୨୦୧୮-୧୯ ରେ ପୁଂଜି ଖର୍ଚ୍ଚ ଜିଏସଡିପିର ୪.୮୧ ପ୍ରତିଶତ ଥିବାବେଳେ ୨୦୨୦-୨୧ରେ ତାହା ୩.୬୧ ପ୍ରତିଶତକୁ ହ୍ରାସ ପାଇଛି ।

ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଯଦି ତାହାକୁ ୫.୬ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଅଂଟା ଭିଡିଛନ୍ତି, ସେଥିପାଇଂ ୍ଣଳନ୍ଦ୍ରୀୟ ବଜେଟରେ ଭିତିଭୁମି ନିବେଶ ପାଇଁ ରାଜ୍ୟମାନଙ୍କୁ ଦେଉଥିବା ଏକ ଲକ୍ଷ କୋଟି ଟଙ୍କାର ସହାୟତା ଦାୟୀ । ରାଜ୍ୟ ସରକାରଙ୍କର ସେଥିରେ କୈାଣସି ଭୁମିକା ନାହିଁ । ଚଳିତ ବଜେଟ ମହିଳା, ବରୋଜଗାର ଯୁବକ, ଶ୍ରମିକ, କୃଷକ ଓ ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ନିରାଶ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ଆଶା କରାଯାଉଥିଲା, ରାଜ୍ୟ ସରକାର ଚଳିତ ବଜେଟରେ ନିଜ ରାଜସ୍ୱ ବୃଦ୍ଧି କରି କେନ୍ଦ୍ର ସହାୟତା ଉପରେ ନିର୍ଭରଶୀଳତା କମ୍ କରିବେ । ବର୍ଷ ବର୍ଷ ଧରି ଏକ ବଳକା ରାଜସ୍ୱର ଅର୍ଥନୀତି ଉପରେ ଋଣ ବୋଝ ହାଲୁକା କରିବେ । କିନ୍ତୁ ସେ ସବୁ ଅର୍ଥନୈତିକ ମାପଦଣ୍ଡରେ ଚଳିତ ବଜେଟ ରାଜ୍ୟବାସୀଙ୍କୁ ନିରାଶ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସେପଟେ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତ ରଖିଛନ୍ତି ସେ କହିଛନ୍ତି ଆଜି ଉପସ୍ଥାପିତ ହୋଇଥିବା 2022-23 ବର୍ଷ ପାଇଁ ସେ ରାଜ୍ୟ ବଜେଟ୍ ହେଉଛି ଏକ ପ୍ରଗତିଶୀଳ, ଗରିବ-ସମର୍ଥକ ଏବଂ ବିକାଶମୂଳକ ଆଧାରିତ ବଜେଟ୍   । ଚଳିତ ବର୍ଷର ବଜେଟ୍ ଆକାର 2 ଲକ୍ଷ କୋଟି ଏବଂ ପ୍ରୋଗ୍ରାମ ବଜେଟ୍ 1 ଲକ୍ଷ କୋଟିକୁ ବୃଦ୍ଧି ପାଇଛି।

ବଜେଟର ପ୍ରାଥମିକତା ହେଉଛି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା, ବିଦ୍ୟାଳୟର ପରିବର୍ତ୍ତନ, ଜୀବନ ଏବଂ ଜୀବିକା, ମହିଳା ସଶକ୍ତିକରଣ ତଥା ଭିତ୍ତିଭୂମି ବିକାଶ ସହିତ ଗୁଣାତ୍ମକ ଶିକ୍ଷା ସୃଷ୍ଟି କରିବା  । ପୁଞ୍ଜି ଖର୍ଚ୍ଚ 56% ରୁ ଅଧିକ ବୃଦ୍ଧି ପାଇବ, ଯାହା ଅଭିବୃଦ୍ଧିରେ ସହାୟକ ହେବ । 2000 କୋଟି ଟଙ୍କା ଆବଣ୍ଟନ ସହିତ ମିଶନ ଶକ୍ତି ପାଇଁ ପୃଥକ ବଜେଟ୍ ଆମ ରାଜ୍ୟର 70 ଲକ୍ଷ ମହିଳାଙ୍କ ସହ ଆମର ଯୋଗଦାନକୁ ଆହୁରି ଗଭୀର କରିବ  । ବଜେଟ୍ ସ୍ଥିରୀକରଣ ପାଣ୍ଠି ସୃଷ୍ଟି କରିବାକୁ ଆମର ପଦକ୍ଷେପ ଭବିଷ୍ୟତରେ ଯେକୈାଣସି ରାଜସ୍ୱ କ୍ଷତି ହ୍ରାସ କରିବାରେ ସାହାଯ୍ୟ କରିବ । ବଜେଟ୍ “5T” ଏବଂ “ମୋ ସରକାର ଅଧୀନରେ ଆମର ପରିବର୍ତ୍ତନଶୀଳ ଏଜେଣ୍ଡା ସହିତ ଅନୁରୂପ ଅଟେ  । ମୁଁ ଆଶା କରୁଛି ଏହି ବଜେଟ୍ ରାଜ୍ୟବାସୀଙ୍କ ଆକାଂକ୍ଷାକୁ ପୂରଣ କରିବ  ।

Leave A Reply

Your email address will not be published.