Latest Odisha News

BREAKING NEWS

ହାଜର ହେଲେନି ନୂପୁର ଶର୍ମା, ଜାରି ହେଲା ଲୁକ୍ ଆଉଟ୍ ନୋଟିସ

କୋଲକାତା: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି କୋଲକାତା ପୋଲିସ । ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୂପୁରଙ୍କ ବିରୋଧରେ ପୁଲିସ ଏଫଆଇଆର ରୁଜୁ କରିଛି।

ଏଥିସହ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇପିସିର ଧାରା ୪୧ଏ ଅନୁଯାୟୀ ନୂପୁରଙ୍କୁ ତଦନ୍ତରେ ସାମିଲ ହେବା ପାଇଁ ନୋଟିସ୍ ଜାରି କରିଛନ୍ତି। ପୂର୍ବରୁ ନୂପୁର ଶର୍ମାଙ୍କୁ ବିବାଦୀୟ ମନ୍ତବ୍ୟ ପାଇଁ କୋଲକାତା ପୁଲିସ ତାଙ୍କୁ ସମନ ଜାରି କରିଥିଲା। ଏହାପରେ ନୂପୁରଙ୍କ ବିରୋଧରେ ଉତ୍ତର କୋଲକାତାର ଆମହର୍ସ୍ଟ ଷ୍ଟ୍ରିଟ୍ ଥାନାରେ ଅଭିଯୋଗ ହୋଇଥିଲା।

ପଶ୍ଚିମବଙ୍ଗର ଅନେକ ସ୍ଥାନରେ ନୂପୁରଙ୍କ ମନ୍ତବ୍ୟ ହିଂସା ସୃଷ୍ଟି କରିବା ପରେ କୋଲକାତାର ୧୦ ଟି ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ଏକ ଟିଭି ବିତର୍କ ସମୟରେ ନୂପୁରଙ୍କ ମନ୍ତବ୍ୟରୁ ହାଓ୍ୱଡା, ନଦିଆ ଓ ମୁର୍ସିଦାବାଦ ଜିଲ୍ଲାରେ ହିଂସାତ୍ମକ ପ୍ରଦର୍ଶନ ହୋଇଥିଲା। ପୂର୍ବରୁ ନାରକେଲଡାଙ୍ଗା ଥାନାରୁ ସମନ ହୋଇଥିଲା ନୁପୂରଙ୍କୁ । ସେ କିନ୍ତୁ ହାଜର ନ ହୋଇ କୋଲକାତା ଆସିବେ ବୋଲି କହି ୪ ସପ୍ତାହ ସମୟ ମାଗିଥିଲେ । ଏବେ ନୂପୁର ଭୟ କରୁଛନ୍ତି ଯେ ସେ କୋଲକାତା ଆସିଲେ ଆକ୍ରମଣର ଶିକାର ହୋଇପାରନ୍ତି।

ଲୁକ୍ ଆଉଟ୍ ନୋଟିସ୍ କ’ଣ?

ଲୁକ୍ ଆଉଟ୍ ନୋଟିସ୍ (ଏଲ୍ଓସି) ଏକ ସର୍କୁଲାର ଯାହା କୌଣସି ଅପରାଧିକ ମାମଲାରେ ନାମ ଥିବା ବ୍ୟକ୍ତି ଯେପରି ଦେଶ ଛାଡ଼ି ନ ପଳାନ୍ତି, ସେଥିପ୍ରତି ଦୃଷ୍ଟି ଦେବା ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି କରାଯାଇଥାଏ। ସାଧାରଣତଃ, ଏଲଓସି ସେତେବେଳେ ଜାରି କରାଯାଇଥାଏ ଯେତେବେଳେ କୌଣସି ବ୍ୟକ୍ତି ବିଶେଷ ମାମଲାରେ ଓ୍ୱାଣ୍ଟେଡ୍ ଥାଏ ଏବଂ ସେ ଦେଶ ଛାଡ଼ି ପଳାଇବାର ସମ୍ଭାବନା ଥାଏ।

Leave A Reply

Your email address will not be published.