Latest Odisha News

BREAKING NEWS

ଟ୍ୱିଟର ସିଇଓ ୱେଟର: କର୍ମଚାରୀଙ୍କ କଫି ଅର୍ଡର ନେଲେ ପରାଗ ଅଗ୍ରୱାଲ

ଭୁବନେଶ୍ୱର: ଟ୍ୱିଟର ସିଇଓ ବନିଛନ୍ତି ୱେଟର । ଟ୍ୱିଟର ଲଣ୍ଡନ ଅଫିସରେ ପରାଗ ଅଗ୍ରୱାଲ କର୍ମଚାରୀଙ୍କ ଠାରୁ କଫି ଅର୍ଡର ନେଉଥିବାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଦୁନିଆର ସବୁ ଠାରୁ କୁଲ୍ ସିଇଓ ବୋଲି ନେଟିଜେନ୍ ତାଙ୍କୁ କହିଛନ୍ତି । ପରାଗ କିଛି ଦିନ ଆଗରୁ କିଛି ବିଜେନସ୍ ମିଟିଂ ପାଇଁ ଲଣ୍ଡନ ଯାଇଥିଲେ । ସେହି ସମୟରେ ଲଣ୍ଡନ ଅଫିସରେ କିଛି ସମୟ କାଟିବାକୁ ଚାହିଁଥିଲେ ପରାଗ ।

ଅତି ସରଳ ଜୀବନଯାପନ କରୁଥିବା ପରାଗ କର୍ମଚାରୀଙ୍କ ସହ ଅଧିକ ଯୋଡ଼ିହେବା ପାଇଁ କଫି ସର୍ଭ କରିବାକୁ ପସନ୍ଦ କରିଥିଲେ । ଲଣ୍ଡନ ଅଫିସର କ୍ୟାଫେେଟରିଆକୁ ଯାଇ କଫି ପାଇଁ ଆସୁଥିବା କର୍ମଚାରୀଙ୍କ ଠାରୁ ଅର୍ଡର ନେଇଥିଲେ । ପରେ ସେମାନଙ୍କ ଟେବୁଲରେ କଫି ପରଷିଥିଲେ ।

ଏହା ପରେ ପରାଗ କର୍ମଚାରୀଙ୍କ ମନୋରଞ୍ଜନ ପାଇଁ ଷ୍ଟାଣ୍ଡ-ଅପ କମେଡି କରିଥିଲେ । କିଛି ଟ୍ୱିଟର କର୍ମଚାରୀ ଏବଂ ପରାଗ ଫ୍ୟାନ୍ ଏହି ଫଟୋ ସବୁ ସୋସିଆଲ ମିଡିଆାରେ ସେୟାର କରିଛନ୍ତି ।

Leave A Reply

Your email address will not be published.