Latest Odisha News

ହିଟମ୍ୟାନ ହେଲେ କରୋନା ଫ୍ରି

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା କରୋନ ଫ୍ରି ହୋଇଛନ୍ତି । ହିଟମ୍ୟାନଙ୍କ କ୍ରମାଗତ ୩ଟି ରିପୋର୍ଟ ନେଗେଟିଭ ଆସିଛି । ୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ଯେତେଦୂର ସମ୍ଭବ ସେ ଅଧିନାୟକ ଦାୟିତ୍ୱ ତୁଲାଇବେ । ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ପୂର୍ବରୁ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଥିଲେ । ଫଳରେ ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରାହଙ୍କୁ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିଲା । କ୍ୱାରେଂଟାଇନରୁ ରୋହିତ ବାହାରକୁ ଆସିବା ସହ ଅନ୍ୟ ଆବଶ୍ୟକ ଡାକ୍ତରୀ ପରୀକ୍ଷା କରାଇ ନେଇଛନ୍ତି ।

ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୩୨ ରନର ଅଗ୍ରଣୀ ହାସଲ କରି ସୁବିଧାଜନକ ସ୍ଥିତିରେ ରହିଛି । ପ୍ରଥମ ଟି୨୦ରେ ରିଷଭ ପନ୍ତ, ଯଶପ୍ରୀତ ବୁମରାହ ଓ ବିରାଟ କୋହଲି ଖେଳିବେ ନାହିଁ । ସେମାନେ ଟେଷ୍ଟ ମ୍ୟାଚରେ ଖେଳୁଛନ୍ତି । ଏହା ୫ରେ ଶେଷ ହେବ ଏବଂ ପ୍ରଥମ ଟି୨୦ ୭ରୁ ଆରମ୍ଭ ହେବ । ସେଥିପାଇଁ ସେମାନଙ୍କୁ ବିଶ୍ରାମ ଦିଆଯାଇଛି ।

Leave A Reply

Your email address will not be published.