Latest Odisha News

ଦୁଇ ଭାଗ

ଦୁଇ ଭାଗ

ସୁଷମା ମିଶ୍ର

ମୁଁ ହୋଇଗଲି ଦୁଇ ଭାଗ
ଗୋଟିଏ ଗଛର ଏପାଖ ସେପାଖ ପରି,
ଯେଉଁଦିନୁ ମୋ ଦେହଗଛର
ଦୁଇଟି ଡାଳରେ ବସି ଦୁଇଟି ଚଢେଇ
ଦୁଇ ବିପରୀତ ଦିଗକୁ ମୁହଁ କରି
ପରସ୍ପରକୁ ଡାକ ଦିଅନ୍ତି ଅସ୍ଥିର ହୋଇ ।

ହଁ, ମୋ ଭିତରେ ଥିବା ନାରୀଟି
ଏବେ ଜଣେ ନୁହଁ ଦୁଇଟି ଅସ୍ତିତ୍ୱ ।
ଜଣେ ମୁଗ୍ଧ ଅନୁଭବୀ
ଆଉ ଜଣେ ବିରୋଧାଭାସ ।

ଜଣେ ଖୋଜୁଛି ଆଶାର ଇନ୍ଦ୍ରଧନୁ
ଆଉ ଜଣେ ହରାଇ ଦେଇଛି
ସଞ୍ଚôତ ବିଶ୍ୱାସ ।
କେତେଦିନ ଏମିତି ମୁଁ ରହିଥିବି
ଦ୍ୱିଧା ବିଭକ୍ତ!

ଦୁଇଟି ଅଲଗା ପକ୍ଷୀଙ୍କ ମିଳିତ ସ୍ୱରରେ
ମତେ ଶୁଣିବାକୁ ହେବ ଜୀବନ ସଙ୍ଗୀତ ।
ସୁଖ ଦୁଃଖ, ପାପ ପୁଣ୍ୟ, ଜୟ ପରାଜୟରେ
ମୁଁ କାହିଁକି କରୁଥିବି ନିଜକୁ ଖଣ୍ଡିତ !
………………..
‘ସ୍ପନ୍ଦନ’ ଏମ୍‍.ଆଇ.ଜି-୩୯, ଫେଜ୍‍-୧
ଖଣ୍ଡଗିରି ଏନ୍‍କ୍ଳେଭ, ଭୁବନେଶ୍ୱର-୩୦
ମୋ: ୯୦୪୦୦୪୨୦୦୭

Leave A Reply

Your email address will not be published.