ରାଞ୍ଚି: ଯେତେବେଳେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ସେତେବେଳେ ଏବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କରି ମୁର୍ମୁଙ୍କୁ ପ୍ରଥମେ କରି କ’ଣ କହିଥିବେ ? ଆଉ ମୁର୍ମୁ ମୋଦୀଙ୍କୁ କ’ଣ କହିଥିବେ ? ସାଧାରଣତଃ ଏହା ସମସ୍ତେ ଜାଣିବାକୁ ଚାହାଁନ୍ତି। ଆଉ ମୋଦୀ ଫୋନ୍ କରି କ’ଣ କହିଥିଲେ ରାଞ୍ଚିରେ ଦ୍ରୌପଦୀ ଏନଡିଏ ବିଧାୟକଙ୍କୁ ସମ୍ବୋଧିତ କରିବା ବେଳେ କହିଛନ୍ତି।
ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ଗସ୍ତ କରି ଏନଡିଏ ବିଧାୟକଙ୍କୁ ଭେଟିଛନ୍ତି। ଏହି ସମୟରେ ତାଙ୍କ ସମର୍ଥନରେ ଭୋଟ୍ ମାଗିଛନ୍ତି। ଏହି ସମୟରେ ବିଧାୟକଙ୍କୁ ସମ୍ବୋଧିତ କରିବା ବେଳେ ସେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ବୋଲି ଘୋଷଣା ହେବା ପରେ ତାଙ୍କୁ ଫୋନ୍ କରି ମୋଦୀ କ’ଣ କହିଥିଲେ ତାହା ସେ କହିଛନ୍ତି। ବିଧାୟକଙ୍କୁ ସମ୍ବୋଧନ କରିବା ବେଳେ ବାଷ୍ପରୁଦ୍ଧ କଣ୍ଠରେ ସେ କହିଛନ୍ତି ଯେ ତାଙ୍କ ଜେଜେମା’ ଝାଡ଼ଖଣ୍ଡର ହୋଇଥିବାରୁ ତାଙ୍କ ରକ୍ତ ଝାଡ଼ଖଣ୍ଡ ସହ ଯୋଡ଼ି ହୋଇ ରହିଛି।
ପ୍ରାର୍ଥିତ୍ୱ ଘୋଷଣା ପରର କଥା ମନେ ପକାଇ ମୁର୍ମୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ସେ ଆଶଙ୍କା ପ୍ରକାଶ କରିଥିଲେ ଯେ, ସେ ଏ ଦେଶର ପ୍ରଥମ ମହିଳାର ଦାୟିତ୍ୱକୁ ଠିକ ଭାବେ ତୁଲାଇପାରିବେ କି ନାହିଁ । ଏହାର ଜବାବ ଦେଇ ମୋଦୀ କହିଥିଲେ “ସମ୍ବିଧାନ ଆପଣଙ୍କୁ ସଠିକ୍ ମାର୍ଗ ଦେଖାଇବ”।
“ପ୍ରଧାନମନ୍ତ୍ରୀ ମୋତେ କହିଥିଲେ ଯେ ଆପଣ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ଯେଉଁଭଳି ଭାବେ କାମ କରିଥିଲେ, ମୋର ବିଶ୍ୱାସ ଯେ ଆପଣ ମଧ୍ୟ ଏହି ଦାୟିତ୍ୱକୁ ଦକ୍ଷତାର ସହ ତୁଲାଇପାରିବେ ।” ମୁର୍ମୁ କହିଲେ, ସେ ମଧ୍ୟ ମୋତେ ଆଶ୍ୱାସନା ଦେଇଛନ୍ତି ଯେ ସାରା ଦେଶ ମୋ ସହିତ ଥିବାରୁ ମୋତେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।
ଏହି ବୈଠକ ପରେ ମୁର୍ମୁ ଜେଏମ୍ଏମ୍ ମୁଖ୍ୟ ଶିବୁ ସୋରେନ୍ ଓ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟି ତାଙ୍କ ପାଇଁ ସମର୍ଥନ ମାଗିବାକୁ ଯାଇଥିଲେ। ଯାହା ସମସ୍ତଙ୍କୁ ଚକିତ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ତାଙ୍କୁ ସ୍ୱାଗତ କରିଥିଲେ ସୋରେନ୍ ଦମ୍ପତି। ଯଦିଓ ଜେଏମ୍ଏମ୍ ମୁର୍ମୁ କିମ୍ବା ଯଶୋବନ୍ତ ସିହ୍ନାଙ୍କୁ ସମର୍ଥନ କରିବା ନେଇ ନିଷ୍ପତ୍ତି ନେଇନାହିଁ, ତଥାପି ନିଜର ପ୍ରବୃତ୍ତି ଦେଖାଇବା ସତ୍ତ୍ବେ ନିଷ୍ପତ୍ତି ନେବାରେ ବିଳମ୍ବ ହେବା ଏକ କଳ୍ପନାଜଳ୍ପନାର ବିଷୟ।
Comments are closed.