Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ମାଓ ନେତା ସବ୍ୟସାଚୀ

ବ୍ରହ୍ମପୁର: କାନର ଅସ୍ତ୍ରୋପଚାର ପାଇଁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି ମାଓନେତା ସବ୍ୟସାଚୀ ପଣ୍ଡା। ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେ ବର୍ତ୍ତମାନ ଇଏନଟି ବିଭାଗରେ ଅଛନ୍ତି।

ଏମକେସିଜିରେ ତାଙ୍କୁ ଗୋଟିଏ ସେକସନ ପୁଲିସ କର୍ମଚାରୀ ଜଗି ରହିଛନ୍ତି। ପୂର୍ବରୁ ସବ୍ୟସାଚୀଙ୍କ କାନ ଓ ଦାନ୍ତ ଯନ୍ତ୍ରଣା ହେବାରୁ ସେ କାରାଗାର ଡାକ୍ତରଙ୍କ ଠାରୁ ଚିକିତ୍ସିତ ହେଉଥିଲେ। ହେଲେ କାନରେ ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର ପରାମର୍ଶ ଦେବା ପରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।

ଏନେଇ ସବ୍ୟସାଚୀଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଛି। ମେଡିକାଲରେ ବୈଦ୍ୟନାଥପୁର ଥାନା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବୁଧବାର ତାଙ୍କର ଅସ୍ତ୍ରୋପଚାର କରାଯିବ ।

Comments are closed.