ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୬
ଅତୀତ ଆଉ ବର୍ତମାନ
ଭାଷାରେ ହୋଇଲେ ବିଲୀନ
ସାହିତ୍ଯ ସାଗରେ ତରଂଗ
ଦେଖାଏ ନିତି ନୂଆ ରଂଗ
କାଳ ଓ ସ୍ଥଳର ବୃତ୍ତାଂତ
ନୁହଇ ଚିରଂତନ ସତ
ଯାହା ବି ଅଟେ ତତ୍କାଳୀନ
ସେହି କାଳରେ ହୁଏ ଲୀନ
ବ୍ୟକ୍ତି, ଅଂଚଳ ଘେନି ଭାଷା
ହେଲେ ହେଁ ସୁଂଦର ସରସା
କରେନି ସ୍ବସୀମା ଲଂଘନ
ଏହା ତହିଁର ମୁଖ୍ୟ ଗୁଣ
ବିଗତ, ଚଳିତ, ଆଗତ
ତ୍ରିକାଳ କରିଲେ ସ୍ବାଗତ
ସ୍ମୃତି ସହିତ ସ୍ବପ୍ନ ମିଶି
ଭାଷା ହୁଅଇ ଅବିନାଶୀ
Comments are closed.