Latest Odisha News

BREAKING NEWS

ରାଜ୍ୟରେ ଉପରମୁହାଁ ହେଉଛି କରୋନା : ସଂଧ୍ୟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏହାସହ ବିଭିନ୍ନ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋଟାମୋଟି ଭାବେ କହିବାକୁ ଗଲେ ସାରା ରାଜ୍ୟରେ ଏବେ ସଂକ୍ରମଣ ଉପମୁହାଁ । ବିଶେଷ କରି କଟକ ଭୁବନେଶ୍ୱରରେ ସଂକ୍ରମଣ ବଢିଛି ।

ଫଳରେ ରେଡ ଜୋନରେ ରହିଛି ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲା । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର କଠୋର ନିଷ୍ପତ୍ତି ନେବାକୁ ଯାଉଛି । ବିଭିନ୍ନ ସ୍ଥାନରେ ମାସ୍କ ପରିଧାନକୁ ବାଧ୍ୟତା ମୂଳକ କରାଯାଇଛି । ଏମିତିକି ସ୍କୁଲ ପରିସରରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

ଏହାକୁ ନଜରରେ ରଖି ଆଜି ସାରା ରାଜ୍ୟର କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୫ଟା ୩୦ରେ କୋଭିଡ୍ ସମୀକ୍ଷା କରିବେ ।  ସେହିପରି ସ୍ୱାସ୍ଥ୍ୟ ବିଭାଗ ଓ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ବୈଠକରେ ମୁଖ୍ୟ ସଚିବ, ଉନ୍ନୟନ କମିଶନର ଓ ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ରହିବେ । ତେବେ କିଛି ଗୋଟି ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।

୨୪ ଘଣ୍ଟାରେ ୮୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪୭୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩୩୩ଜଣ । ରାଜ୍ୟରେ ଚିନ୍ତା ବଢ଼ାଉଛି ଖୋର୍ଦ୍ଧା, କଟକର ସଂକ୍ରମଣ । ଖୋର୍ଦ୍ଧାରୁ ୩୦୭ ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ କଟକରୁ ୧୧୯, ସୁନ୍ଦରଗଡ଼ରୁ ୮୦ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୯୬ ହଜାର ୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହେଲେଣି ୧୨ ଲକ୍ଷ ୮୨ ହଜାର ୬୯୦ ଜଣ । ସକ୍ରିୟ ଅଛନ୍ତି ୪ ହଜାର ୨୬୨ ଜଣ ।

Comments are closed.