Latest Odisha News

BREAKING NEWS

୧୦୮ ବର୍ଷ ପରେ ଇତିହାସ ରଚିଲେ ପୂଜାରା

ଲଣ୍ଡନ: ଚଳିତ କାଂଉଟି କ୍ରିକେଟରେ ଚେତେଶ୍ୱର ପୂଜାରାଙ୍କ ଚମତ୍କାର ପ୍ରଦର୍ଶନ ଜାରୀ ରହିଛି । ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ୧୦ଟି ଇନିଂସରେ ୩ଟି ଦ୍ୱିଶତକ ମାରି ସାରିଲେଣି । ଏହା ବ୍ୟତୀତ ୧୭୦ ଓ ୧୦୯ ରନର ଇନିଂସ ମଧ୍ୟ ଖେଳିଛନ୍ତି । ୧୧୮ ବର୍ଷ ପରେ ସେ ସସେକ୍ସ ପକ୍ଷରୁ ଗୋଟିଏ ସିଜନରେ ୩ଟି ଦ୍ୱିଶତକ ମାରି ଇତିହାସ ରଚିଛନ୍ତି । ନିୟମିତ ଅଧିନାୟକ ଟମ ହେସ ଆହତ ହୋଇଥିବାରୁ ପୂଜାରାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ଲଡ୍ସସରେ ଚାଲିଥିବା ଡିଭିଜନ-୨ କାଂଉଟି ମ୍ୟାଚରେ ସେ ମିଡିଲସେକ୍ସ ବିପକ୍ଷରେ ୪୦୩ ବଲରେ ୨୩୧ ରନର ଇନିଂସ ଖେଳିଥିଲେ । ଲର୍ଡସରେ କେଏସ ରଞ୍ଜିତ ସିଂ (୧୮୯୭ରେ ୨୬୦ ରନ)ଙ୍କ ପରେ ସେ ଦ୍ୱିତୀୟ ଖେଳାଳି ଭାବେ ଦ୍ୱିଶତକ ହାସଲ କରିଛନ୍ତି । ପୂଜାରା ଓଭରାଲ ୫ ଶତକ ମାରି ସାରିଛନ୍ତି । ଭାରତୀର ଏହି ବ୍ୟାଟ୍ସମ୍ୟାନ ଖରାପ ଫର୍ମ ଯୋଗୁ ସମାଲୋଚିତ ହୋଇଥିଲେ । ଫର୍ମ ସୁଧାରିବା ପାଇଁ ସେ କାଂଉଟି କ୍ରିକେଟ ଖେଳିବା ନିମନ୍ତେ ରାଜି ହୋଇଥିଲେ ଏବଂ ଏହା ତାଙ୍କ ଫର୍ମ ଫେରାଇବାରେ ସହାୟ ହୋଇଛି ।

Comments are closed.