ନୂଆଦିଲ୍ଲୀ: ବିଜେପିର ଟାଣୁଆ ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଝିଅ ନାମରେ କଂଗ୍ରେସ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ସେ କଂଗ୍ରେସର ୩ ନେତା ପୱନ ଖେରା, ଜୟରାମ ରମେଶ ଓ ନେଟା ଡିସୁଜାଙ୍କ ବିରୋଧରେ ଆଇନଗତ ନୋଟିସ ପଠାଇଛନ୍ତି । ନିଃସର୍ତ କ୍ଷମାପ୍ରାର୍ଥନା କରିବାକୁ ସ୍ମୃତି ଏହି କଂଗ୍ରେସ ନେତାମାନଙ୍କୁ କହିଛନ୍ତି । ସୂଚନାଯୋଗ୍ୟ, ଗୋଆରେ ସ୍ମୃତିଙ୍କ ଝିଅ ବେଆଇନ ଭାବେ ବାର ଚଳାଉଥିବା ଏହି କଂଗ୍ରେସ ନେତାମାନେ ଅଭିଯୋଗ ଆଣିଥିଲେ । ମିଥ୍ୟା ଅଭିଯୋଗ ଯୋଗୁ ମୋ ଝିଅର ମାନ ତଳେ ପଡିଛି । ଗାନ୍ଧୀ ପରିବାର ସହ ଲଢ଼ୁଥିବାରୁ ମୋ ପରିବାର ପଛରେ ସେମାନେ ପଡିଛନ୍ତି ବୋଲି ଏହି ବିଜେପି ନେତ୍ରୀଜଣକ କହିଛନ୍ତି । କୋର୍ଟରେ ମୁଁ ଏହାର ଜବାବ ରଖିବି । ଅପରପକ୍ଷରେ କଂଗ୍ରେସ ପକ୍ଷରୁ ଏ ନେଇ ଗୋଟିଏ ପରେ ଗୋଟିଏ ପ୍ରମାଣ ଉପସ୍ଥାପନ କରୁଛି ।
BREAKING NEWS
- ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ; ୫ ବର୍ଷର ଝିଅ ମୃତ, ମା ଓ ବାପା ଗୁରୁତର
- ଆଜିଠୁ ନବରାତ୍ରୀ; ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା
- UK wildlife park: ବୁଲିବାକୁ ଯାଇଥିଲେ ଚିଡ଼ିଆଖାନା, ବାଘ ମୁହଁରେ ପଡ଼ିଗଲେ ବ୍ୟକ୍ତି! ତା’ପରେ ଯାହା ଘଟିଲା… ଚିଡ଼ିଆଖାନାରେ ହଇଚଇ!
- ଟ୍ରକକୁ ପଛରୁ ଧକ୍କା ଦେଲା ବସ୍; ୩୩ ଆହତ, ୧୦ ଗୁରୁତର
- ପାର୍ବଣରେ ଭିଜିବ ଓଡ଼ିଶା! ଏସବୁ ଜିଲ୍ଲାକୁ ଆଲର୍ଟ…
- ବକ୍ସ ଅଫିସରେ ଧମାଲ କରୁଛି ଦୃଶ୍ୟମ୍ 3, ୪୦୦ କୋଟି ପାର୍
- ରିୟାଦରେ ଭୟଙ୍କର ଆକ୍ରମଣ:ସାଉଦି ଆରବ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ମିସାଇଲ୍ ମାଡ଼ରେ ୧୨ ମୃତ, ୩୦୦ରୁ ଅଧିକ ଆହତ
- ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି
- ୪ବର୍ଷରେ ପାଣିରେ ବୁଡି ଗଲାଣି ୩୬୮୪ ଜୀବନ;୨୭୨୯ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର…
- ମହାବିଦ୍ୟାଳୟ ପରିସରରେ ଵୋମା ମାଡ;କଲେଜ ପରିସରରେ ଭୟର ବାତାବରଣ

Comments are closed.