ଭୁବନେଶ୍ୱର:କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସାଫ ୨୦ ବର୍ଷରୁ କମ ଚାମ୍ପିୟନଶିପରେ ଭାରତୀୟ ଫୁଟବଲ ଦଳ ପ୍ରଥମ ବିଜୟ ହାସଲ କରିଛି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଭାରତ ୪-୦ ଗୋଲରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ଭାରତ ସମ୍ପୂର୍ଣ୍ଣ ଭାବେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ବିପକ୍ଷ ଦଳକୁ ମ୍ୟାଚକୁ ପ୍ରତ୍ୟାବର୍ତନ କରାଇବାରେ କୌଣସି ସୁଯୋଗ ଦେଇ ନ ଥିଲେ । ବିଜୟୀ ଦଳ ପକ୍ଷରୁ ପାର୍ଥୀବ ଗୋଗେଇ(୬୯ତମ, ୯୩ତମ) ସର୍ବାଧିକ ୨ଟି ଗୋଲ ସ୍କୋର କରିଥିବା ବେଳେ ହିମାଂଶୁ ଜାଙ୍ଗ୍ରା (୫୦ତମ) ଓ ଗୁରକୀରଟ ସିଂ (୭୦ତମ)ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ଭାରତ ଏହା ପରେ ନେପାଳ ଓ ମାଲଡିଭ୍ସ ଭେଟିବ । ବାଂଲାଦେଶ ବିପକ୍ଷ ପ୍ରଥମ ମୁକାବିଲାରେ ଟିମଇଣ୍ଡିଆ ୧-୨ ଗୋଲରେ ପରାସ୍ତ ହୋଇଥିଲା । ବାକି ଥିବା ୨ଟି ମ୍ୟାଚରେ ବିଜୟୀ ହୋଇ ଭାରତ ପଂଏଟ ଟେବୁଲରେ ଶୀର୍ଷ ସ୍ଥାନ ହାସଲ କରିବାକୁ ଚାହିଁବ ।
BREAKING NEWS
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
Comments are closed.