Latest Odisha News

BREAKING NEWS

ଓଡ଼ିଶାର ନଦୀ ଶୁଷ୍କ ଓ ପ୍ରଦ୍ୟୁଷିତ ହୋଇଗଲାଣି

ଭୁବନେଶ୍ୱର:  ଓଡ଼ିଶାର ପ୍ରାୟ ସାଢ଼େ ଚାରିକୋଟି ଲୋକେ ତାଙ୍କ ଦୈନଦିନ ଜୀବନରେ ନଦୀ ଉପରେ ନିର୍ଭର କରିବା ସହ କୃଷି, ପଶୁପାଳନ ପାଇଁ ସର୍ବଦା ନିର୍ଭର କରିଥାନ୍ତି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଇନ୍ଦ୍ରାବତୀ, ନାଗାବଳୀ ଓ ତେଲ ନଦୀ ଓଡ଼ିଶାରେ ପ୍ରବାହିତ ହେଉଛି କିନ୍ତୁ ଅପାରଗ ରାଜ୍ୟ ସରକାରଙ୍କ ଲାଗି ଓଡ଼ିଶାର ନଦୀ ଶୁଷ୍କ ଓ ପ୍ରଦ୍ୟୁଷିତ ହୋଇଗଲାଣି । ବିଭିନ୍ନ କଳ କାରଖାନା ଓ ଶିଳ୍ପଗୁଡିକ ନଦୀରୁ ମାତ୍ରାଧିକ ଜଳ ଶୋଷି ନେଉଛନ୍ତି କିନ୍ତୁ ଅକ୍ଷ୍ୟମ ଓ ଅପରାଗ ରାଜ୍ୟ ସରକାର ଜାଣିଶୁଣି ଚୁପ୍ ରହୁଛନ୍ତି ।
ନଦୀକୁ ସୁରକ୍ଷା ଦେବା ଲାଗି ଭାରତୀୟ ଜନତା ପାର୍ଟିର ନଦୀ ସୁରକ୍ଷା ସମୀତିର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ  ମହାମହିମ ରାଜ୍ୟପାଳ  ଗଣେଶୀ ଲାଲ୍‌ଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି ।

କେନ୍ଦୁଝର ଜିଲ୍ଲାର ଏସାର(ମିତଲ) କାରଖାନା ବୈତରଣୀ ଓ କାରୋ ନଦୀରୁ ଜଳ ଶୋଷଣ କରୁଛନ୍ତି । ଟାଟା କମ୍ପାନୀ ମୁର୍ଗା ଓ ସୋନନଦୀ ଜିନ୍ଦଲ ବୈତରଣୀ ନଦୀ ଜଗନ୍ନାଥ ଷ୍ଟିଲ, ପଂଚବଟୀ ଷ୍ଟିଲ, ଆରିଆଷ୍ଟିଲ, ରୁଙ୍ଗଟା ଷ୍ଟିଲ କାରୋନଦୀ, ଏମ୍‌ଏସପି, ବ୍ରାଣ୍ଡ ଓଏସଆଇଏଲ ବ୍ରାଣ୍ଡ ଅରଡେଇ ନଦୀରୁ ଜଳ ନେଇ କାରଖାନାରେ ବ୍ୟବହାର କରୁଛନ୍ତି । ସେହିପରି ରାୟଗଡା ଜିଲ୍ଲାରେ ଜେକେ ପେପରମିଲ ନାଗାବଳୀ ନଦୀରୁ ଜଳ ନେଉଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡାଠାରେ ରୁଙ୍ଗଟା କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ଲୁହା କାରଖାନା କାରୋ ନଦୀରୁ ମଧ୍ୟ ପାଣି ନେଉଛି ।

Comments are closed.