Latest Odisha News

BREAKING NEWS

ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକେଇ, ଦମ୍ପତି ଗିରଫ

ଝାରସୁଗୁଡ଼ା: ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକି ବନ୍ଧା ହେଲେ ସ୍ୱାମୀ, ସ୍ତ୍ରୀ । ମୁଦ୍ରା ଯୋଜନାରେ ଲୋନ୍ ଦେବା ବାହାନାରେ ଦମ୍ପତି ଶହେରୁ ଅଧିକ ମହିଳାଙ୍କୁ ୨ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଏପରିକି ଅଭିଯୁକ୍ତ ସୁଜାତା ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ନିଜକୁ ଫିଲ୍ଡ ଅଫିସର ପରିଚୟ ଦେଇ ପ୍ରଥମେ ବିଶ୍ୱାସ ଜନ୍ମାଉ ଥିଲେ ।

ଗାଁ ଗାଁରେ ଥିବା ଏସଚଜି ଗ୍ରୁପର ମହିଳାଙ୍କୁ ୧ ପ୍ରତିଶତ ସୁଧ ହାରରେ ମୁଦ୍ରା ଯୋଜନାରେ ଋଣ ଦେବେ ବୋଲି କହି ଟଙ୍କା ଆଦାୟ କରୁଥିଲେ । ହେଲେ ଟଙ୍କା ନେବା ପରେ ଦେଇ ନଥିଲେ ଧରାଛୁଆଁ । ଉଠାଇ ନଥିଲେ ଫୋନ୍ । ଠକେଇର ଶିକାର ହୋଇଥିବା ଜାଣିବା ପରେ ପୋଲିସର ଅଭିଯୋଗ ହୋଇଥିଲା । ପୋଲିସ ଠକେଇ ମାମଲା ରୁଜୁ କରି ତଦନ୍ତ ପରେ ବଢ଼େଇମୁଣ୍ଡାରୁ ପତିପତ୍ନୀ ସୁଜାତା ପଟେଲ ଓ ଭୀମ ରାଜ ସୋନିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୁକ୍ତଙ୍କ ଠାରୁ ୨ଟି ମୋବାଇଲ୍ ସହ ନକଲି ପରିଚୟପତ୍ର ଓ ଅନ୍ୟ ଦସ୍ତାବିଜ୍ ଜବତ କରିଛି ପୋଲିସ । ଦମ୍ପତିଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଛି । ଋଣ ନାଁରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ଠକେଇରେ ଏହି ଦମ୍ପତିଙ୍କ ସହ ଆଉ କିଏ ସମ୍ପୃକ୍ତ ? ଝାରସୁଗୁଡ଼ା ସହ ଆଉ କେଉଁ ଜିଲ୍ଲାକୁ ଲମ୍ବିଛି ଠକେଇର ଚେର ? ଏବେ ଏହାର ଖୋଳତାଡ଼ କରୁଛି ପୋଲିସ ।

Leave A Reply

Your email address will not be published.