ପୁଲୱାମା: ପୁଲୱାମାର ଗଦୁରାରେ ପୁନର୍ବାର ଆତଙ୍କବାଦୀମାନେ ଟାର୍ଗେଠ କିଲିଂ ଆରମ୍ଭ କରିଛନ୍ତି । ବିହାର ଅଂଚଳର ୨ ଶ୍ରମିକଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନଡ ପକାଇଥିଲେ । ଏଥିରେ ବିହାରର ମହମ୍ମଦ ମମତାଜଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ୨ ଆହତ ବ୍ୟକ୍ତି ମଧ୍ୟ ବିହାରର ଏହି ପିତା, ପୁତ୍ରଙ୍କ ନାମ ହେଲା ମହମ୍ମଦ ଆରିଫ ଓ ମହମ୍ମଦ ମଜବୁଲ ବୋଲି ଜଣାପଡିଛି । ୨ମାସ ହେବା ସୁରକ୍ଷାକର୍ମୀଙ୍କ କଡା ପଦକ୍ଷେପ ଯୋଗୁ ଟାର୍ଗେଟ କିଲିଂ ଘଟଣାରେ ହ୍ରାସ ଘଟିଥିଲା । ପୁନର୍ବାର ଏହି ଘଟଣା ଆରମ୍ଭ ହୋଇଥିବାରୁ ସମ୍ପୂର୍ଣ୍ଣ ଅଂଚଳକୁ ସିଲ କରାଯାଇ ଆତଙ୍କବାଦୀଙ୍କୁ ଖୋଜା ଚାଲୁଛି । ଗୁରୁବାର ଆଇବି ପକ୍ଷରୁ ସତର୍କ କରାଯାଇଛି ଯେ, ଜୈଶ ଇ ମହମ୍ମଦ, ଲଶ୍କର ଇ ତୋଇବା ପରି ଆତଙ୍କୀ ସଂଗଠନ ଅଗଷ୍ଟ ୧୫ରେ ଆକ୍ରମଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିପାରନ୍ତି । ସେଥିପାଇଁ ହାଇ ଆଲର୍ଟ ଜାରୀ କରାଯାଇଛି ।
BREAKING NEWS
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
Comments are closed.