ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୱେଟଲିଫ୍ଟରଙ୍କ ପରେ ଭାରତୀୟ ରେସଲରମାନେ କମାଲ ଦେଖାଇବା ଆରମ୍ଭ କରିଛନ୍ତି । ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ଅଂଶୁ ମଲିକ ନିଜ ନିଜ ବିଭାଗର ଫାଇନାଲରେ ପ୍ରବେଶ କରି ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ପୁରୁଷ ୬୫ କିଗ୍ରା ବିଭାଗ ସେମିଫାଇନାଲରେ ବଜରଙ୍ଗ ଇଂଲଣ୍ଡର ଜର୍ଜ ର୍ୟାମଙ୍କୁ ୧୦-୦ରେ ପରାସ୍ତ କରିଥିଲେ । ସ୍ୱର୍ଣ୍ଣ ପଦକ ମୁକାବିଲାରେ ସେ କାନାଡାର ଲଚଲାନ ମ୍ୟାକନୀଲଙ୍କୁ ଭେଟିବେ । ମହିଳା ୬୨ କିଗ୍ରା ଫ୍ରି ଷ୍ଟାଇଲ ବିଭାଗରେ ସାକ୍ଷୀ କ୍ୟାମରେନୁର ବର୍ଥ ଏଟେନ ନଗୋଲେଙ୍କୁ ୧୦-୦ ଏକତରଫା ମୁକାବିଲାରେ ପରାସ୍ତ କରିଥିଲେ । ଫାଇନାଲରେ ସେ କାନାଡାର ଏନା ଗୋଡନେଜଙ୍କୁ ଭେଟିବେ । ମହିଳା ୫୭ କିଗ୍ରା ବିଭାଗରେ ଅଂଶୁ ଶ୍ରୀଲଙ୍କାର ନେଥମୀ ପୋରୁଥୋଟେଜୁଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ନାମ ଘୋଷଣା କରାଯାଇ ନାହିଁ ।
କ୍ୱାର୍ଟରରେ ସିନ୍ଧୁ: ବ୍ୟାଡମିଂଟନର ମହିଳା ସିଙ୍ଗଲ୍ସ ବିଭାଗରେ ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ସେ ୟୁଗାଣ୍ଡାର ହୁସିନା କୋବୁଗାବେଙ୍କୁ ୨୧-୧୦, ୨୧-୯ ସିଧାସଳଖ ଗେମରେ ପରାସ୍ତ କରିଥିଲେ ।
BREAKING NEWS
- ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି
- ‘ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଆପଣମାନେ ଜାଣିବା ଦରକାର’
- ବିଜେପିକୁ ମୁଖ୍ୟମନ୍ତ୍ରୀଙ୍କ ଉପହାସ; ଦିନରେ ସ୍ବପ୍ନ ଦେଖୁଛି
- କଲେଜ ଅଧ୍ୟାପକଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ, ବିଜେଡିକୁ ସମର୍ଥନ କରୁଥିବା କହିଲା ବିଜେପି
- ନନ୍ଦନକାନନରେ ଅସୁସ୍ଥ ବାଘ ‘ନନ୍ଦନ’
- ତୃତୀୟ ପର୍ଯ୍ୟାୟ ମତଦାନ କାଲି, ୧୧ ରାଜ୍ୟର ୯୩ ଆସନର ହେବ ଭାଗ୍ୟ ନିରୀକ୍ଷଣ
- ଓଡ଼ୃିଶାରେ କିଏ ଗଢ଼ିବ ସରକାର? ମୋଦୀ ଦେଲେ ତାରିଖ, ପାଣ୍ଡିଆନ୍ ଦେଲେ ତାରିଖ ସହିତ ସମୟ
- ପ୍ରକାଶ ପାଇଲା ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷା ଫଳ
- ସ୍ବାମୀ ସହ ଝଗଡା ପରେ ୬ ବର୍ଷର ଦିବ୍ୟାଙ୍ଗ ପୁଅକୁ କୁମ୍ଭୀର ମୁହଁକୁ ଫିଙ୍ଗିଲା ମା’
- ବିଜେଡି ସୁପ୍ରିମୋଙ୍କୁ ମୋଦୀଙ୍କ ଟାର୍ଗେଟ; ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ଭଳି ମୁଁ ନୁହେଁ