Latest Odisha News

BREAKING NEWS

ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ସିବିଆଇ ଦ୍ୱାରା ଗିରଫ

ଭୁବନେଶ୍ୱର: ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ । ଭୋର ସକାଳୁ ଚର୍ଚ୍ଚିତ ସିବିଆଇ ନିକଟରେ ଜେରା ପାଇଁ ହାଜର ହୋଇଥିଲେ । ପଚରା ଉଚୁରା ପରେ ସିବିଆଇ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଛି । ଚର୍ଚ୍ଚିତ ମହିମାଙ୍କ କମ୍ପାନୀ ଓଏସଏଲର ନିର୍ଦ୍ଦେଶକ ଅଛନ୍ତି ।

ଏହି ଗିରଫ ପୂର୍ବରୁ ଗତ କାଲି ଏହି ଲାଞ୍ଚ କାରବାର ମାମଲାରେ ସିବିଆଇ ଚାରି ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଉଛନ୍ତି – ପାରାଦୀପ ପୋର୍ଟ ଟ୍ରଷ୍ଟ ମୁଖ୍ୟ ମେକାନିକାଲ ଇଞ୍ଜିନିଅର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, ପୋର୍ଟ ପରିଚାଳନା ଅଧିକାରୀ ଶଙ୍ଖ ଶୁଭ୍ର ମିତ୍ର ଏବଂ ଓଏସଏଲ ଡିଜିଏମ ସୂର୍ଯ୍ୟ ନାରାୟଣ ସାହୁ ।

ସିବିଆଇ ଏହି ଲାଞ୍ଚ କାରବାର ମାମଲାରେ ପାରାଦୀପ ପୋର୍ଟ ଏବଂ ମହିମାଙ୍କ ଘର ଓ ଅଫିସରେ ଚଢ଼ାଉ କରି ତଦନ୍ତ ଜାରି ରଖିଛି ।

ଚର୍ଚ୍ଚିତଙ୍କ ଗିରଫ ପରେ ମହିମାଙ୍କୁ ସିବିଆଇ ପୁଣି ଜେରା କରିବାକୁ ଡାକିଛି ବୋଲି ମହିମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମହିମା ସିବିଆଇ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରୁଛନ୍ତି ବୋଲି ମହିମା କହିଛନ୍ତି ।

Leave A Reply

Your email address will not be published.