ଜେରୁଜେଲମ: ପୁନର୍ବାର ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସର ଜଣେ କମାଣ୍ଡର ନିହତ ହୋଇଛନ୍ତି । ଏହି ସଂଘର୍ଷରେ ଅନେକ ଆହତ ହୋଇଛନ୍ତି । ହମାସ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଘନ ଘନ ଆକ୍ରମଣ କରାଯାଉଛି । ଗତ ସପ୍ତାହରେ ଜଣେ ପାଲେଷ୍ଟାଇନ ବିଦ୍ରୋହୀକୁ ଇସ୍ରାଏଲ ଗିରଫ କରିବା ଫଳରେ ଅଶାନ୍ତି ବୃଦ୍ଧି ପାଇଥିଲା । ଇତି ମଧ୍ୟରେ ଇସ୍ରାଏଲ ପାଲେଷ୍ଟାଇନ ସୀମା ନିକଟରେ ୮୦ କିଲୋମିଟର ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ କରି ଦେଇଛି । ଏହି ଅଂଚଳରେ ଲୋକମାନଙ୍କୁ ସରକାରଙ୍କ ନିର୍ଦ୍ଦେଶମାନି ଚଳ ପ୍ରଚଳ ହେବା ପାଇଁ କୁହାଯାଇଛି । ସୂଚନାଯୋଗ୍ୟ, ହମାସକୁ ଇସ୍ରାଏଲ ପକ୍ଷରୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯାଇଛି ।
BREAKING NEWS
- ଆଦିବାସୀ ମେଳା ଉଦଘାଟିତ; ଆଦିବାସୀ ଶିକ୍ଷିତ, ସଚେତନ ହୁଅନ୍ତୁ କହିଲେ ମୁଖ୍ୟମନ୍ତ୍ରୀ
- HIL 2026: ୨ୟ ଥର ପାାଇଁ ଚମ୍ପିଆନ ହେଲା କଳିଙ୍ଗ ଲାନ୍ସର୍ସ, ବ୍ରୋଞ୍ଚ ଜିଣିଲା ତୁଫାନ୍ସ
- ଶ୍ରୀକ୍ଷେତ୍ର ଅନୁରାଗ ସାହିତ୍ୟ ସଂସଦର ପ୍ରଥମ ଅନୁରାଗ ଉତ୍ସବ ପାଳିତ
- ଗଣତନ୍ତ୍ର ଦିବସରେ ଅଘଟଣ; ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ୍ ଆଘାତରେ ଛାତ୍ର ମୃତ
- Bangladesh Tribunal: ବାଂଲାଦେଶର ପୂର୍ବତନ ପୋଲିସ ମୁଖ୍ୟଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ସାଧାରଣତନ୍ତ୍ର ଦିବସ: ୪୨ ଜଣଙ୍କୁ ରାଜ୍ୟସ୍ତରୀୟ ପୋଲିସ ମେଡାଲ୍ ପ୍ରଦାନ
- “ମଦର ଅଫ ଅଲ ଡିଲ” ପୂର୍ବରୁ ଭାରତକୁ ପ୍ରଶଂସା କଲେ ଇୟୁ ରାଷ୍ଟ୍ରପତି
- ଦେବଗଡ଼ରେ ଲଜ୍ଜା! ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ
- Suspected gang war: ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗୁଳି କରି ହତ୍ୟା; ଗ୍ୟାଙ୍ଗ ୱାର ସନ୍ଦେହ…
- ଏହି ସବୁ ସମସ୍ୟା ନେଇ ଫେବ୍ରୁଆରୀ ୨ରୁ ୧୭ ଯାଏଁ ପ୍ରତିଟି ଜିଲ୍ଲାରେ ବିକ୍ଷୋଭ କରିବ ବିଜେଡି
Comments are closed.