ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ୯ମ ଦିବସରେ ଭାରତ ପାଇଁ ପଦକ ଜିତିଛନ୍ତି ମହିଳା ରେସ ୱାକର ପ୍ରିୟଙ୍କା ଗୋସ୍ୱାମୀ । ସେ ୧୦ ହଜାର ମିଟର ରେସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ପ୍ରିୟଙ୍କା ୪୩.୩୮ ମିନିଟରେ ତାଙ୍କ ରେସ୍ ସମ୍ପୂର୍ଣ୍ଣ କରିଥିଲେ । ୪୨.୩୪ ମିନିଟ ସମୟ ସହ ଅଷ୍ଟ୍ରେଲିଆର ଜେମିମା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି କେନିୟାର ଏମଲି ୪୩:୫୦.୮୬ ସେକେଣ୍ଡ ସମୟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଶନିବାର ଭାରତର ଦୁଇ ରେସଲର ଭିନେଶ ଫୋଗଟ ଓ ପୂଜା ସେହାଗ ସେମାନଙ୍କ ବିଭାଗର ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି । ସେହିପରି ମହିଳା ହକିରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ପେନାଲ୍ଟି ଶୁଟଆଉଟରେ ହାରି ଯାଇଛି । ଏବେ ବ୍ରୋଞ୍ଜ ପଦକ ପାଇଁ ଦଳ ମୁକାବିଲା କରିବ ।
BREAKING NEWS
- ମଦ ନିଶା ଛଡ଼ାଇବା ନାଁରେ ଦିଆଗଲା ‘ହର୍ବାଲ୍ ପାନୀୟ’; ମଧ୍ୟପ୍ରଦେଶରେ ୨ ମୃତ, ୫ ଗୁରୁତର, ୩ ଗିରଫ
- ବାତ୍ୟା ‘ଅକ୍ୱାନ୍’ ପାଇଁ ହାଇଆଲର୍ଟ: ସହରାଞ୍ଚଳ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ, ବିପଦ ସମୟରେ ତୁରନ୍ତ ଡାଏଲ୍ କରନ୍ତୁ ୧୯୨୯
- ଗର୍ବ ଓ ଗୌରବର ମୁହୂର୍ତ୍ତ: ଘୋଷିତ ହେଲା ରାଜ୍ୟସ୍ତରୀୟ ‘ଦେବଗିରି ସମ୍ମାନ’
- ସମ୍ଭାବ୍ୟ ବାତ୍ୟା ଅକ୍ୱାନ୍ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଫୋକସରେ ଜିରୋ କାଜୁଆଲିଟି
- ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ ମୁକାବିଲା ପାଇଁ ସମ୍ବେଦନଶୀଳ ଜିଲ୍ଲାରେ ବରିଷ୍ଠ ଯନ୍ତ୍ରୀ ଅଧିକାରୀ ନିୟୋଜିତ
- ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍’ ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇ ଆଲର୍ଟ: ପ୍ରଖର ସ୍ରୋତ ରାସ୍ତାରେ ଯାନ ଚଳାଚଳ ଉପରେ କଟକଣା
- ଘୂର୍ଣ୍ଣିବାତ୍ୟା ‘ଅକଓ୍ବାନ’: ବିଶାଖାପାଟଣା–କିରଣ୍ଡୁଲ୍ ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍
- ଓଜେସି ରାଜ୍ୟ ଛାତ୍ର ସଭାପତି ହେଲେ ଆଦିତ୍ୟ ପ୍ରସାଦ ପରିଡ଼ା
- ବାର୍ଡ ଫ୍ଲୁ ମୁକାବିଲା ଦିଗରେ ଭାରତକୁ ବଡ଼ ସଫଳତା; ପ୍ରସ୍ତୁତ ହେଲା ପ୍ରଥମ ସ୍ୱଦେଶୀ ଟିକା
- ବାତ୍ୟା ଅକ୍ୱାନ: ସତର୍କ ରୁହନ୍ତୁ, ପ୍ରଶାସନକୁ ସହଯୋଗ କରନ୍ତୁ; ରାଜ୍ୟବାସୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ
Comments are closed.