Latest Odisha News

ଏସିଆ କପ ପାଇଁ ଭାରତୀୟ ଟିମ ଘୋଷିତ: କୋହଲି, ରାହୁଲ ଫେରିଲେ

ନୂଆଦିଲ୍ଲୀ: ଆଗାମୀ ଏସିଆ କପ କ୍ରିକେଟ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମା ନେତୃତ୍ୱାଧିନ ଟିମରେ ସିନିୟର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ କେଏଲ ରାହୁଲ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଅପରପକ୍ଷରେ ସ୍ପିଡଷ୍ଟର ଯଶପ୍ରୀତ ବୁମରାହ ଆଘାତ ସମସ୍ୟା ଯୋଗୁ ଦଳରୁ ବାଦ ପଡିଛନ୍ତି । ୟୁଏଇରେ ୨୭ ଅଗଷ୍ଟରୁ ଏହି ଟୁର୍ଣ୍ଣାମେଂଟ ଖେଳାଯିବ । ଏଥିରେ ୬ଟିମ ଅଂଶଗ୍ରହଣ କରିବେ ଏବଂ ମ୍ୟାଚଗୁଡିକ ଟି୨୦ ଫର୍ମାଟରେ ଖେଳାଯିବ । ଗ୍ରୁପ ଏରେ ଭାରତ, ପାକିସ୍ତାନ ଓ କ୍ୱାଲିଫାୟର ଟିମ ରହିଥିବା ବେଳେ ଗ୍ରୁପ ବିରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛନ୍ତି । ଟି୨୦ ବିଶ୍ୱକପ ପୂର୍ବରୁ ଖରାପ ଫର୍ମରେ ଥିବା କୋହଲିଙ୍କ ପାଇଁ ଲୟକୁ ଫେରିବାରେ ଶେଷ ସୁଯୋଗ କହିଲେ ଭୁଲ ହେବନି ।

ଟିମ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀପକ ହୁଡା, ଦୀନେଶ କାର୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ୟୁଜଭେନ୍ଦ୍ର ଚହଲ, ରବି ବିଶ୍ନୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଆଭେଶ ଖାଁ । ଷ୍ଟାଣ୍ଡବାଇ: ଶ୍ରେୟାଶ ଆୟାର, ଅକ୍ଷର ପଟେଲ, ଦୀପକ ଚାହର ।

Comments are closed.