ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟ ଅମ୍ପାୟର ରୁଡି କର୍ଟଜନଙ୍କ ଆଜି ପରଲୋକ ହୋଇଯାଇଛି । ୭୩ ବର୍ଷୀୟ ରୁଡିଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ପୁଅ ଏ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଥିଲେ । ରୁଡିଙ୍କ ସମେତ ଅନ୍ୟ ୩ଜଣଙ୍କର ମଧ୍ୟ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଗଲ୍ଫ ଟୁର୍ଣ୍ଣାମେଂଟରେ ଯୋଗ ଦେବା ପରେ ଫେରୁଥିବା ଅବସ୍ଥାରେ ଏହି ଦୁଃଖଦ ଘଟଣା ଘଟିଥିଲା । ୧୯୮୧ରେ ସେ ଅମ୍ପାୟରିଂ କ୍ୟାରିୟର ଆରମ୍ଭ କରିଥିଲା । ୧୯୯୨ରେ ଆଇସିସି ତାଙ୍କୁ ପୂଣ୍ଣକାଳୀନ ଅମ୍ପାୟର ଭାବେ ନିଯୁକ୍ତି ଦେଇଥିଲା । ୧୦୦ ଟେଷ୍ଟ ଏବଂ ୨୦୦ ଦିନିକିଆରେ ସେ ଅମ୍ପାୟରିଂ କରିଛନ୍ତି । ୨୦୧୦ରେ ସେ ଏଥିରୁ ଅବସର ନେଇଥିଲେ । ତାଙ୍କ ମୃତ୍ୟୁରେ କ୍ରିକେଟର ମହାନ ଖେଳାଳିମାନେ ଶୋକ ବ୍ୟକ୍ତ କରିଛନ୍ତି । ୨୦୦୩ ଓ ୨୦୦୭ ବିଶ୍ୱକପରେ ସେ ଥାର୍ଡ ଅମ୍ପାୟର ଦାୟିତ୍ୱ ସୂଚାରୁରୂପେ ତୁଲାଇଥିଲେ ।
BREAKING NEWS
- KSVY ମାଧ୍ୟମରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ମିଳିଛି ୭୫.୪୩ କୋଟି ଟଙ୍କା ସହାୟତା
- ଅପେକ୍ଷାର ଅନ୍ତ! ଭାରତରେ ଖୁବ୍ଶୀଘ୍ର ପ୍ରଚଳନ ହେବ ପ୍ଲାଷ୍ଟିକ୍ ନୋଟ, RBIକୁ ମିଳିଲା ମଞ୍ଜୁରୀ
- ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ
- ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ DFO
- ୨୦୨୭ ଦିନିକିଆ ବିଶ୍ୱକପ: ଚାମ୍ପିୟନ ହେବା ପାଇଁ ବିସିସିଆଇକୁ ମିଳିଲା ଆକର୍ଷଣୀୟ ପ୍ରସ୍ତାବ
- ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ
- ହତ୍ୟାଠାରୁ ଆରମ୍ଭ କରି ଦୁଷ୍କର୍ମ ଭଳି ଅଭିଯୋଗ: CJP ପ୍ରତିବାଦରେ ସାମିଲ ଥିଲେ ୨ ହଜାର ୮୦୦ ଅପରାଧୀ
- ମା’ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ
- ଉଦଘାଟନୀର ୧୨ ଦିନ ପରେ ଏକ୍ସପ୍ରେସୱେରେ ଫାଟ, ଖର୍ଚ୍ଚ ହୋଇଥିଲା ୪,୨୦୦ କୋଟି
- ମୃଣାଳଙ୍କ ପ୍ରେମରେ ପଡିଛନ୍ତି କି ଯଶସ୍ୱୀ
Comments are closed.