Latest Odisha News

BREAKING NEWS

କବିତା : ଦେହ ଦେଉଳ

ଗଦାଧର ସାହୁ

ଦେହ ଯଦି
ଦେଉଳ ହେଲା
ନବଦ୍ଵାର ନଟି ତାଲା ।
ପଞ୍ଚ ମନ ସହ
ପଚିଶି ପ୍ରକୃତି
ଅହରହ ମିଶି ଖେଳ ଚାଲିଲା ।

ମନ ସେଠି
ହୋଇ ପୂଜାରୀ
ରୁପ ଧରି ଅଛି ମାର୍ଜାରୀ ।
ପ୍ରକୃତିଙ୍କ ସଙ୍ଗେ
ଅହୋରାତ୍ର ଖେଳେ
ଜିତିବା କମ୍ ବେଶି ହାରିଲା ।

ନବଦ୍ଵାରେ
ପକାଇ ତାଲା
ସାଧନାର ମାର୍ଗ ରଚିଲା ।
ମନ ପ୍ରାଣ ରୁନ୍ଧି
ପ୍ରକୃତିକୁ ବାନ୍ଧି
ଅଣ ସାଧନରେ ସିଦ୍ଧି ହୋଇଲା ।

ସଦା ହେଲେ
ଦିଅଁ ଦର୍ଶନ
ଏ ଦେଉଳ ହୁଅଇ ଧନ୍ୟ ।
ଯଶ କୀର୍ତ୍ତି ବାନା
ଉଡେ ଫରଫର
ଦେଉଳ ଗଢିବା ସାର୍ଥକ ହେଲା ।

ବ୍ରହ୍ମଗିରି, ପୁରୀ

Leave A Reply

Your email address will not be published.