ନ୍ୟୁୟର୍କ: ପ୍ରଖ୍ୟାତ ଲେଖକ ସଲମାନ ରଶିଦଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି । ତାଙ୍କଠାରୁ ଭେଂଟିଲେଟର ବାହାର କରି ଦିଆଯାଇଥିବା ବେଳେ ସେ କଥା ହେବା ଆରମ୍ଭ କରିଛନ୍ତି । ଦିନେ ତଳେ ସଲମାନଙ୍କ ଏକ କାର୍ଯ୍ୟକ୍ରମ ଅବସରରେ ୨୪ ବର୍ଷୀୟ ହାଦି ମତାର ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ୭୫ ବର୍ଷୀୟ ସଲମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଯଥେଷ୍ଟ ଉନ୍ନତି ଘଟିଛି ବୋଲି ଚୌଟାଉକାୱା ଇନଷ୍ଟିଚ୍ୟୁଶନର ଅଧ୍ୟକ୍ଷ ମାଇକେଲ ହେଲ ଟୁଇଟ କରି ସୂଚନା ଦେଇଛନ୍ତି । ଆକ୍ରମଣକାରୀ ହାଦିଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇଥିଲା । ତେବେ ସେ ତାଙ୍କ ଦୋଷ ସ୍ୱୀକାର କରି ନାହାନ୍ତି । ଯଦି ସେ ଦୋଷୀ ସାବ୍ୟସ୍ତ ହେବେ ତାହାହେଲେ ତାଙ୍କୁ ୩୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।
BREAKING NEWS
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
Comments are closed.