Latest Odisha News

BREAKING NEWS

୪୦୦ କୋଟି ବଜେଟରେ ନିର୍ମିତ ହେବ ମୋହନଲାଲଙ୍କ ଲୁସିଫର ୨

ମାଡ୍ରାସ: ସାଉଥ ସୁପରଷ୍ଟାର ମୋହନଲାଲଙ୍କ ଆଗାମୀ ଫିଲ୍ମ ଲୁସିଫର ୨ : ଇମ୍ପୁରାନା ଏକ ବିଗ ବଜେଟ ଫିଲ୍ମ ହେବ । ପୃଥ୍ୱୀରାଜ ସୁକୁମାରନ ନିର୍ଦ୍ଦେଶିତ ଏହି ଫିଲ୍ମ ୪୦୦ କୋଟି ବ୍ୟୟରେ ନିର୍ମିତ ହେବ । ବୁଧବାର ମେକର୍ସଙ୍କ ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ମାଲାୟଲମ ଫିଲ୍ମ ଲୁସିଫରର ପ୍ରଥମ ପାଟଁ ୨୦୦ କୋଟିରୁ ଅଧିକ ଆୟ କରିଥିଲା । ଏବେ ଏହାକୁ ପ୍ୟାନ ୱାର୍ଲ୍ଡ ଲେଭଲରେ ପ୍ରସ୍ତୁତ କରାଯିବ ବୋଲି ସୁକୁମାରନ କହିଛନ୍ତି । ଖୁବ୍ ଶୀଘ୍ର ଫିଲ୍ମର ଅନ୍ୟ ଷ୍ଟାର କାଷ୍ଟ ଘୋଷଣା କରାଯିବ । ସ୍କ୍ରିପ୍ଟ କାମ ସମ୍ପୂର୍ଣ୍ଣ ହୋଇ ଯାଇଥିବାରୁ ଖୁବ ଶୀଘ୍ର ଫ୍ଲୋରକୁ ଯିବ ବୋଲି ଆଶା କରାଯାଉଛି । ଲୁସିଫର ଫିଲ୍ମର ରିମେକ ମଧ୍ୟ ଦକ୍ଷିଣ ଭାରତରେ ଭଲ ପ୍ରଦର୍ଶନ କରିଥିଲା । ଫିଲ୍ମକୁ କିପରି ସମସ୍ତେ ପସନ୍ଦ କରିବେ ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.