ମୁମ୍ବାଇ: ଅମ୍ପାୟର ହେବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦ୍ୱାରା ଆୟୋଜିତ ପରୀକ୍ଷାର ଫଳ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ୧୪୦ ଜଣଙ୍କ ମଧ୍ୟରୁ ୩ଜଣ ପାସ ହୋଇଛନ୍ତି । ଅବଶ୍ୟ ଏଥର ବିସିସିଆଇର ପ୍ରଶ୍ନ କଠିନ ଥିଲା । ୨୦୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ୧୦୦ ଅଙ୍କ, ମୌଖିକ ଓ ଭିଡିଓ ୩୫-୩୫ ଅଙ୍କ ରହିଥିଲା । ଫିଜିକାଲ ପାଇଁ ୩୦ ଅଙ୍କ ରଖା ଯାଇଥିଲା । ବିସିସିଆଇର ଜନୈକ ଅଧିକାରୀଙ୍କ ମତରେ ଆମେ ଏହି ପରୀକ୍ଷାର ଗଣବତା ନେଇ କୌଣସି ବୁଝାମଣା କରିବାକୁ ଚାହୁଁ ନାହୁଁ । ଏହି ପରୀକ୍ଷା ମହିଳା ଏବଂ ଜୁନିୟର ମ୍ୟାଚ (ଗ୍ରୁପ ଡି) ପାଇଁ ଉଦ୍ଦିଷ୍ଟ ଥିଲା । ଏହି ପରୀକ୍ଷାରେ ଗୋଟିଏ ପ୍ରଶ୍ନ ଥିଲା ବ୍ୟାଟ୍ସମ୍ୟାନର ଏକ ଶଟ ପରେ ବଲ ଫିଲ୍ଡରର ହେଲମେଟରେ ଅଟକିଯିବ । ହେଲମେଟ ତଳେ ପଡିବା ପରେ ସେଥିରୁ ବଲ କାଢିଲେ ବ୍ୟାଟ୍ସମ୍ୟାନ ଆଉଟ ହେବ କି ନାହିଁ । ଅଧିକାଂଶ ଏହାର ଉତର ଦେଇପାରି ନ ଥିଲେ । ପ୍ରକୃତରେ ଏହାର ଉତର ନଟଆଉଟ ହେବ । ସେହିପରି ଯଦି ଜଣେ ବୋଲର ହାତରେ ଟେପ ଲଗାଇଥିବ । ଏହି ଟେପ ହଟାଇଲେ ରକ୍ତ ବାହାରିବା ଆଶଙ୍କା ଥିଲେ ତାଙ୍କୁ କଣ ସେ ଭଳି ସ୍ଥିତିରେ ବୋଲିଂ କରିବାକୁ ଅନୁମତି ଦିଆଯିବ । ଏହା ମଧ୍ୟ ସମସ୍ତଙ୍କ ମୁଣ୍ଡ ଖରାପ କରି ଦେଇଥିଲା । ଏହାର ପ୍ରକୃତ ଉତର ହେଲ ବୋଲିଂ କରିବାକୁ ହେଲେ ଯେପ କାଢ଼ିବାକୁ ପଡିବ ।
BREAKING NEWS
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
- Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
- ଅଏଲ୍ ଇଣ୍ଡିଆ ଏବଂ ସିଏସଆଇଆର-ଆଇଏମଏମଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
Comments are closed.