ମୁମ୍ବାଇ: ଅମ୍ପାୟର ହେବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଦ୍ୱାରା ଆୟୋଜିତ ପରୀକ୍ଷାର ଫଳ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ୧୪୦ ଜଣଙ୍କ ମଧ୍ୟରୁ ୩ଜଣ ପାସ ହୋଇଛନ୍ତି । ଅବଶ୍ୟ ଏଥର ବିସିସିଆଇର ପ୍ରଶ୍ନ କଠିନ ଥିଲା । ୨୦୦ ନମ୍ବର ବିଶିଷ୍ଟ ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ୧୦୦ ଅଙ୍କ, ମୌଖିକ ଓ ଭିଡିଓ ୩୫-୩୫ ଅଙ୍କ ରହିଥିଲା । ଫିଜିକାଲ ପାଇଁ ୩୦ ଅଙ୍କ ରଖା ଯାଇଥିଲା । ବିସିସିଆଇର ଜନୈକ ଅଧିକାରୀଙ୍କ ମତରେ ଆମେ ଏହି ପରୀକ୍ଷାର ଗଣବତା ନେଇ କୌଣସି ବୁଝାମଣା କରିବାକୁ ଚାହୁଁ ନାହୁଁ । ଏହି ପରୀକ୍ଷା ମହିଳା ଏବଂ ଜୁନିୟର ମ୍ୟାଚ (ଗ୍ରୁପ ଡି) ପାଇଁ ଉଦ୍ଦିଷ୍ଟ ଥିଲା । ଏହି ପରୀକ୍ଷାରେ ଗୋଟିଏ ପ୍ରଶ୍ନ ଥିଲା ବ୍ୟାଟ୍ସମ୍ୟାନର ଏକ ଶଟ ପରେ ବଲ ଫିଲ୍ଡରର ହେଲମେଟରେ ଅଟକିଯିବ । ହେଲମେଟ ତଳେ ପଡିବା ପରେ ସେଥିରୁ ବଲ କାଢିଲେ ବ୍ୟାଟ୍ସମ୍ୟାନ ଆଉଟ ହେବ କି ନାହିଁ । ଅଧିକାଂଶ ଏହାର ଉତର ଦେଇପାରି ନ ଥିଲେ । ପ୍ରକୃତରେ ଏହାର ଉତର ନଟଆଉଟ ହେବ । ସେହିପରି ଯଦି ଜଣେ ବୋଲର ହାତରେ ଟେପ ଲଗାଇଥିବ । ଏହି ଟେପ ହଟାଇଲେ ରକ୍ତ ବାହାରିବା ଆଶଙ୍କା ଥିଲେ ତାଙ୍କୁ କଣ ସେ ଭଳି ସ୍ଥିତିରେ ବୋଲିଂ କରିବାକୁ ଅନୁମତି ଦିଆଯିବ । ଏହା ମଧ୍ୟ ସମସ୍ତଙ୍କ ମୁଣ୍ଡ ଖରାପ କରି ଦେଇଥିଲା । ଏହାର ପ୍ରକୃତ ଉତର ହେଲ ବୋଲିଂ କରିବାକୁ ହେଲେ ଯେପ କାଢ଼ିବାକୁ ପଡିବ ।
BREAKING NEWS
- Hylo Open 2026:ଭାରତ ପାଇଁ ଦ୍ୱିଗୁଣ ଖୁସି: ପି.ଭି. ସିନ୍ଧୁଙ୍କ ପରେ ଲକ୍ଷ୍ୟ ସେନ୍ ଜିତିଲେ ହାଇଲୋ ଓପନ୍ ଟାଇଟଲ୍
- ବାତ୍ୟା ‘ଅର୍ଣ୍ଣବ’: ୬ ଜିଲ୍ଲାକୁ କ୍ଷୟକ୍ଷତିର ପ୍ରାଥମିକ ଆକଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- Cyclone Threat: ମାଲକାନଗିରିରେ ତିନି ଦିନ ପାଇଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
- ୭୦ ବର୍ଷ ପୁରଣା ରହସ୍ୟ! ଏହି ସହରରେ ମରିବା ସମ୍ପୂର୍ଣ୍ଣ ମନା
- ଦବିଲା ସାଲୁଙ୍କି ପୋଲ:ବିକଳ୍ପ ରାସ୍ତା ବ୍ୟବସ୍ଥା କରିବାକୁ ବିଶେଷଜ୍ଞ ଦଳ ଜିଲ୍ଲା ପ୍ରଶାସନକୁ କଲେ ଅବଗତ
- ଅର୍ଣ୍ଣବ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ବର୍ଷକ ମଧ୍ୟରେ ୪୦୦ ଛକା ମାରି ଇତିହାସ ରଚିଲା ଭାରତ
- କଇଁ ଫୁଲ ତୋଳିବାକୁ ଯାଇ ବୁଡ଼ିଗଲେ ୩ ଶିଶୁ
- ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍
- ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ
Comments are closed.