ନୂଆଦିଲ୍ଲୀ: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ତୁଙ୍ଗ ନେତା ମନୀଷ ସିସୋଡିଆଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ସିବିଆଇ ତାଙ୍କ ବାସଭବନରେ ସକାଳୁ ଚଢ଼ାଉ ଜାରୀ ରଖିଛି । ଏହି ମାମଲାରେ ତାଜା ଅପଡେଟ ଅନୁସାରେ ସିସୋଡିଆଙ୍କ ସମେତ ୧୫ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ସିବିଆଇକୁ କିଛି ଗୋବନୀୟ କାଗଜପତ୍ର ମଧ୍ୟ ମିଳିଛି । ୨ ଦିନ ପୂର୍ବରୁ ଅବଶ୍ୟ ସିବିଆଇ ଏଫଆଇଆର ରୁଜୁ କରିଥିଲେ ମଧ୍ୟ ଯାଂଚ ପରେ ଏହାକୁ ବିଧିବଦ୍ଧ ଭାବେ ଘୋଷଣା କରିଛି । ଏଫଆଇଆର କପିରେ ୧୬ତମ ସ୍ଥାନରେ ଅନନୋନ ପବ୍ଲିକ ସର୍ଭେଂଟ ଓ ପ୍ରାଇଭେଟ ପର୍ସନ ଲେଖାଯାଇଛି । ଏହାର ମାନେ ଆଉ କିଛି ବ୍ୟକ୍ତିଙ୍କ ଏହି ଏଫଆଇଆରରେ ଯୋଡାଯାଇପାରେ । ସିବିଆଇ ଏଫଆଇଆରରେ ସିସୋଡିଆ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ସେ ସମୟର ଅବକାରୀ ଅଧିକାରୀ ଗୋପୀ କୃଷ୍ଣ, ଉପ ଅବକାରୀ ଅଧିକାରୀ ଆନନ୍ଦ କୁମାର ତିୱାରୀ, ପଙ୍କଜ ଭଟ୍ଟନାଗର, ୯ ବ୍ୟବସାୟୀ ଓ ୨ କମ୍ପାନୀଙ୍କ ନାମ ଉଲ୍ଲେଖ ରହିଛି । ସିବିଆଇ ଏହି ମାମଲାରେ ୭ ରାଜ୍ୟର ୨୧ ସ୍ଥାନରେ ଚଢ଼ାଉ କରିଥିଲା । ଏବେ ସିବିଆଇର ଏହି ଚଢ଼ାଉ ନେଇ ଆପ ଓ ବିଜେପି ମୁହାଁ ମୁହିଁ ହୋଇଛନ୍ତି ।
BREAKING NEWS
- ଏନସିଏ ହାଇ ପର୍ଫମାନ୍ସ ପ୍ରୋଗ୍ରାମ: ୩୦ ଖେଳାଳିଙ୍କ ମଧ୍ୟରେ ଶ୍ରେୟାଶ ଆୟାର, ଈଶାନ କିଶାନ
- ଭୁବନେଶ୍ଵରରେ ମୋଦୀ, ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
- ପଞ୍ଜାବକୁ ହରାଇଲା ହାଇଦ୍ରାବାଦ
- ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି
- ଭଂଜନଗରରେ ନିର୍ବାଚନୀ ହିଂସା, ୨ ବିଜେପି କର୍ମୀ ରକ୍ତାକ୍ତ
- ଆସନ୍ତୁ ଜାଣିବା ଆଇପିଏଲ ବ୍ରଡକାଷ୍ଟରଙ୍କ ଉପରେ କାହିଁକି ବିରକ୍ତ ହୋଇଛନ୍ତି ରୋହିତ
- ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା: ବିଜେଡି
- ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ
- ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ
- ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି