ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ବାଲେଶ୍ବର, ମୟୂରଭଂଜ, ଭଦ୍ରକରେ ବର୍ଷା ପାଇଁ ଆଗୁଆ ସତର୍କ ରହିଛି ପ୍ରଶାସନ । 2ଟି ଏନଡିଆରଏଫ ଟିମକୁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି ।
ରାଜ୍ୟର ବନ୍ୟାସ୍ଥିତି ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ହୀରାକୁଦର ଜଳ ପ୍ରବାହର ସ୍ଥିତିକୁ ଦେଖି ଆଉ ୪ଟି ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଏବେ ହୀରାକୁଦରେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ୪ଟି ଗେଟ୍ ବନ୍ଦ ହେବା ପରେ ୨୦ଟି ଗେଟ୍ ଖୋଲାରହିବ । ହୀରାକୁଦର ଜଳପତ୍ତନ ୬୨୧.୮୧ ଫୁଟ୍ ଅଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୭ ହଜାର ୩୪୧ କ୍ୟìସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୩ ଲକ୍ଷ ୫୦ ହଜାର ୨୬ କ୍ୟìସେକ୍ ଜଳ ନିଷ୍କାସିତ ହେଉଛି । ଖଇରମାଳଠାରେ ୬ ଲକ୍ଷ ୩୦ ହଜାର କ୍ୟìସେକ୍ ଜଳ ପ୍ରବାହିତ ହେଉଅଛି । ବଡମୂଳଠାରେ ୮ ଲକ୍ଷ ୧୯ ହଜାର ୫୦୦ କ୍ୟìସେକ୍ ଜଳ ପ୍ରବାହିତ ହେଉଅଛି । ସେହିପରି ମୁଣ୍ଡଳୀଠାରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟìସେକ୍ ଜଳ ପ୍ରବାହିତ ହେଉଅଛି । ମୁଣ୍ଡଳୀ ସମେତ ସବୁ ସ୍ଥାନରେ ଜଳସ୍ତର କ୍ରମଶଃ ହ୍ରାସ ପାଉଛି ।
ପଶ୍ଚିମବଙ୍ଗ ର ଉପକୁଳ ଅଞ୍ଚଳ ଏବଂ ଉତ୍ତର ଓଡିଶା ଅଞ୍ଚଳରେ ସକ୍ରିୟ ରହିଛି ଗଭୀର ଅବପାତ ଏହା ବର୍ତମାନ ଉତ୍ତର ଉତ୍ତର ପୂର୍ବ ଦିଗରେ ଦିଘା ଠାରୁ 20କିମି ଦୂରରେ କେନ୍ଦ୍ରିଭୁତ, ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେବା ସହ 24 ଘଣ୍ଟା ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେବ pic.twitter.com/ER6FMMgkqs
— Meteorological Centre, Bhubaneswar (@mcbbsr) August 19, 2022
ଏହି ଲଘୁଚାପର ପ୍ରଭାବରେ ସମ୍ଭାବ୍ୟ ବୃଷ୍ଟିପାତକୁ ନଜରରେ ରଖି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଦ୍ୱାରା ୧୩ଟି ଜିଲ୍ଲାର ୭୧ଟି ବ୍ଲକ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଥିରେ ୨୧୪୯ଟି ଗ୍ରାମ ପ୍ରଭାବିତ ହୋଇଛି । ରାଜ୍ୟର ୬୪୨ଟି ଗ୍ରାମ ଜଳଘେରରେ ରହିଥିବାବେଳେ ୩ ଲକ୍ଷ ୯୧ ହଜାର ୫୨୮ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଏବଂ ପ୍ରାୟ ୬ ଲକ୍ଷ ୪୪ ହଜାର ୬୬୨ ଲୋକ ପ୍ରଭାବିତ ହୋଇଛନ୍ତି । ଏହିସବୁ ଅଞ୍ଚଳରେ ୨୨୭ ଟି ରିଲିଫ୍ କେନ୍ଦ୍ରରେ ୧ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।
ଉପଗ୍ରହ ଦ୍ୱାରା ଉତ୍ତୋଳନ ହୋଇଥିବା ଦିଘା ନିକଟରେ ଗଭୀର ଅବପାତର ଉପକୂଳ ଅତିକ୍ରମ ପ୍ରକ୍ରିୟାର ଚଳନ୍ତି ଚିତ୍ର: @mcbbsr#WeatherUpdate @SRC_Odisha,@PradeepJenaIAS,@ndmaindia,@osdmaodisha @DDOdiaNews,@airnews_cuttack pic.twitter.com/QZkdzSfVkT
— PIB in Odisha (@PIBBhubaneswar) August 19, 2022
ବନ୍ୟା ପ୍ରଭାବିତ ଅଞ୍ଚଳରେ ୨ ଲକ୍ଷ ୭୭ ହଜାର ବିଦ୍ୟୁତ ଉପୋଭକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ବନ୍ୟାପାଣି କମିବାରୁ ସେଥିମଧ୍ୟରୁ ୨ ଲକ୍ଷ ୪୩ ହଜାର ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି । ୩୩ କେଭି ୯ଟି ଫିଡର ଖରାପ ହୋଇଥିବାବେଳେ ୭ ଟିକୁ ଠିକ୍ କରିଦିଆଯାଇଛି । ୩୩/୧୧ କେଭି ସବ- ଷ୍ଟେସନ ୩୩ଟି ଅଚଳ ହୋଇପଡିଥିବାବେଳେ ୨୯ଟି ସଜଡା ଯାଇଛି ।
Comments are closed.