Latest Odisha News

BREAKING NEWS

ଏଥର ଦୁର୍ଗା ପୂଜା ପାଇଁ ମମତା ବଢ଼ାଇଲେ ଅନୁଦାନ, ମିଳିବ ୬୦ ହଜାର ଟଙ୍କା

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୁର୍ଗା ପୂଜା ଭେଟି। ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ପ୍ରତି ମଣ୍ଡପକୁ ୬୦ ହଜାର ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଦୁର୍ଗା ପୂଜା ଆୟୋଜକଙ୍କ ପାଇଁ ସେ ଏହି ଘୋଷଣା କରିଛନ୍ତି। ପୂର୍ବରୁ ଦିଆଯାଉଥିବା ୫୦ ହଜାର ଟଙ୍କା ବଦଳରେ ଏହି ବର୍ଷ ୬୦ ହଜାର ଟଙ୍କା ଦିଆଯିବ। ମଣ୍ଡପ ଗୁଡ଼ିକୁ ମିଳୁଥିବା ଅନୁଦାନ ରାଶିରେ ୧୦ ହଜାର ବୃଦ୍ଧିକୁ ଉଭୟ ସ୍ୱାଗତ ଓ ସମାଲୋଚନା ମିଳିଛି ।

ମମତା ଘୋଷଣା କରିଛନ୍ତି ଯେ, ପଶ୍ଚିମବଙ୍ଗରେ ୩୦ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ପର୍ଯ୍ୟନ୍ତ ମଧ୍ୟ ଛୁଟି ଘୋଷଣା କରିଛନ୍ତି। ଏହା ସହ ବିଦ୍ୟୁତ ବିଲରେ ୬୦ ପ୍ରତିଶତ ରିହାତି ଦେବାକୁ ସେ ଘୋଷଣା କରିଛନ୍ତି।

ଦୁର୍ଗା ପୂଜା ପାଇଁ ପଶ୍ଚିମବଙ୍ଗରେ ପ୍ରସ୍ତୁତି ଜୋରଦାର ହୋଇଛି। କରୋନା କାରଣରୁ ପ୍ରାୟ ଦୁଇ ବର୍ଷ ବନ୍ଦ ପରେ ଏଥର ଦୁର୍ଗା ପୂଜା ଆୟୋଜନ କରାଯାଉଛି।

ଦୁର୍ଗା ପୂଜା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ଘୋଷଣାକୁ ଦୁର୍ଗା ପୂଜା କମିଟି ପକ୍ଷରୁ ସ୍ୱାଗତ କରାଯାଇଛି।

Leave A Reply

Your email address will not be published.