Latest Odisha News

BREAKING NEWS

ଟ୍ୱିଟ୍ ପୋଷ୍ଟ ଏଡ଼ିଟ୍ କରିହେବ, ଆସୁଛି ନୂଆ ଫିଚର !

ନୂଆଦିଲ୍ଲୀ: ଟ୍ୱିଟ୍ ପୋଷ୍ଟ ପରେ ଏଡିଟ୍ କରିବା ଫିଚର ନାହିଁ ଟ୍ୱିଟରରେ। ଏବେ ଏହି ଫିଚର ଟ୍ୱିଟର ଆଣିବାକୁ ଯାଉଛି ବୋଲି ସୂଚନା ରହିଛି। ଖୁବଶୀଘ୍ର ଟ୍ୱିଟର ଏହାର ୟୁଜରଙ୍କୁ ଏକ ବିଶେଷ ଉପହାର ଦେବାକୁ ଯାଉଛି। କମ୍ପାନୀ ଟ୍ୱିଟର ୟୁଜରଙ୍କ ପାଇଁ ଏହି ବହୁ ପ୍ରତୀକ୍ଷିତ ଏଡିଟ୍ ବଟନ୍ ଆଣିବ ବୋଲି ଗୁରୁବାର ଦିନ କମ୍ପାନୀ ଘୋଷଣା କରିଛି। ଆସନ୍ତା ସପ୍ତାହରେ ଏହି ଫିଚରର ମଜା ୟୁଜର ମାନେ ନେଇପାରିବେ ବୋଲି କମ୍ପାନୀ କହିଛି।

ତେବେ ୟୁଜର ପୋଷ୍ଟ କରିବାର ଅଧ ଘଣ୍ଟାଏ ମଧ୍ୟରେ ଟ୍ୱିଟ୍ ଏଡିଟ୍ କରିବାକୁ ଅନୁମତି ଦେବ । ଏବଂ ଏଡିଟ୍ ହୋଇଥିବା ଟ୍ୱିଟ୍ ଦର୍ଶାଇବ ଯେ ଟ୍ୱିଟ୍ ଏଡିଟ୍ ହୋଇଛି। ଏହି ସମୟରେ ପୂର୍ବରୁ କଣ ଟ୍ୱିଟ୍ ହୋଇଥିଲା ତାହା ଦେଖିବାକୁ ସକ୍ଷମ ହେବେ ୟୁଜର।

ତେବେ ବର୍ତ୍ତମାନ ସୁଦ୍ଧା, ଥରେ ଟ୍ୱିଟ୍ ହୋଇଥିବା ପୋଷ୍ଟ ଏଡିଟ୍ ହୋଇପାରିବ ନାହିଁ। ଯଦି ଜଣେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହେଲେ ସଂପୃକ୍ତ ଟ୍ୱିଟକୁ ରିଟ୍ୱିଟ କରିବାକୁ ପଡିବ।

ଟ୍ୱିଟର ଟ୍ୱିଟ୍ କରି କହିଛି, ଏଡିଟ୍ ବଟନ୍ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଦେଖୁଛି ଏଡିଟ୍ ଫିଚରରେ କଣ ସମସ୍ୟା ଦେଖାଦେଇପାରେ। କମ୍ପାନୀ କହିଛି ଯେ ଏହି ଫିଚର ଅନ୍ୟ ଦେଶରେ ଆରମ୍ଭ ହେବା ପୂର୍ବରୁ ଗୋଟିଏ ଦେଶରେ ପରୀକ୍ଷା କରାଯିବ। ଟ୍ୱିଟର ବ୍ଲୁ ହେଉଛି କମ୍ପାନୀର ପ୍ରିମିୟମ୍ ସବସ୍କ୍ରିପସନ୍ ସେବା ଯାହା ଉପଭୋକ୍ତାମାନଙ୍କୁ ଅନ୍ୟ ଉପଭୋକ୍ତାମାନଙ୍କ ପୂର୍ବରୁ ନୂଆ ଏବଂ ସ୍ୱତନ୍ତ୍ର ଫିଚରର ସେବା ପ୍ରଦାନ କରିଥାଏ |

Leave A Reply

Your email address will not be published.