Latest Odisha News

BREAKING NEWS

ଦକ୍ଷିଣ ଭାରତ ପ୍ରଡ୍ୟୁସର ଚନ୍ଦ୍ରସେକରନଙ୍କୁ ବିବାହ କଲେ ମହାଲକ୍ଷ୍ମୀ

ମାଡ୍ରାସ: ପ୍ରେମ ଭଲପାଇବା ଛଡା ଆଉ କିଛି ଖୋଜେନି । ପୁନର୍ବାର ଏ ଭଳି ଆଉ ଏକ ଘଟଣା ସମ୍ମୁଖକୁ ଆସିଛି । ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ପ୍ରଡ୍ୟୁସର ରବିନ୍ଦର ଚନ୍ଦ୍ରସେକରନ ଗୁରୁବାର ଲୋକପ୍ରିୟ ଟିଭି ଅଭିନେତ୍ରୀ ମହାଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି । ୨ଜଣ ପରସ୍ପରକୁ ଭଲ ପାଉଥିଲେ । ଚନ୍ଦ୍ରସେକରନ ସାମାନ୍ୟ ପୃଥୁଳ ହେଲେ ତାଙ୍କୁ ମହାଲକ୍ଷ୍ମୀ ସବୁଠାରୁ ଅଧିକ ଭଲ ପାଇଥାନ୍ତି । ଏହି ବିବାହ ଉତ୍ସବରେ ପରିବାର ସଦସ୍ୟ ଓ ହାତଗଣତି ବନ୍ଧୁଙ୍କୁ ନିମନ୍ତ୍ରଣ କରାଯାଇଥିଲା । ମହାଲକ୍ଷ୍ମୀ ବିବାହ ପରେ ଲେଖିଛନ୍ତି ମୁଁ ବହୁତ ଭାଗ୍ୟବାନ, ଆପଣଙ୍କ ପ୍ରେମ ମୋ ଜୀବନରେ ନୂତନ ଉନ୍ମାଦ ଭରିଦେଇଛି ।

ସୋସିଆଲ ମିଡିଆରେ ମଧ୍ୟ ଏହି ଯୋଡିଙ୍କୁ ବେଶ ପସନ୍ଦ କରାଯାଉଛି । ଚନ୍ଦ୍ରସେକର ପ୍ରଥମ ଡାଇରେକ୍ଟର ଥିଲେ ପରେ ସେ ୨୦୧୩ରେ ଲିବ୍ରା ପ୍ରଡକ୍ସନ ହାଉସ ଖୋଲିଥିଲେ । ସୁତା କଧଇ ପରି ଅନେକ ଫିଲ୍ମ ନିର୍ମାଣ କରି ସାରିଛନ୍ତି । ଅପରପକ୍ଷରେ ମହାଲକ୍ଷ୍ମୀ ପ୍ରଥମେ ଏକ ମ୍ୟୁଜିକାଲ ଚ୍ୟାନେଲରେ ଭିଡିଓ ଜକି ଭାବେ କାର୍ଯ୍ୟ କରୁଥିଲେ । ପରେ ଅନେକଗୁଡିଏ ଲୋକପ୍ରିୟ ଟିଭି ସିରିୟଲରେ କାମ କରି ଦର୍ଶକଙ୍କ ପାଖେ ବେଶ ପରିଚିତ ହୋଇପଡିଛନ୍ତି ।

Leave A Reply

Your email address will not be published.