ପୁଣେ: ପୁଣେରେ ଚାଲିଥିବା ଅଲ୍ଟିମେଟ୍ ଖୋ ଖୋ ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା ଜଗରନଟ୍ସ । ପ୍ରଥମ କ୍ୱାଲିଫାୟରରେ ଗୁଜରାଟ ଜାଏଣ୍ଟସକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି ଓଡ଼ିଶା ଜଗରନଟ୍ସ ।
A moment to cherish for years to come ♥️🙌
"Jai Jagannath" in unison as we triumph in the first-ever #UltimateKhoKho FINALS 🏆#KhoOdishaKho@CMO_Odisha @Naveen_Odisha @IPR_Odisha @btushar02 @rvineel_krishna @ultimatekhokho @AMNSIndia @sports_odisha pic.twitter.com/chCrDSJoRA
— Odisha Juggernauts (@od_juggernauts) September 2, 2022
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିଜୟ ପରେ ଓଡ଼ିଶା ଜଗରନଟସ୍ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।
Congratulate @od_juggernauts on qualifying for the final of @ultimatekhokho by defeating @GujaratGiants 57-43. May they continue their winning streak and bring glory for #Odisha. Wish them all the best.#KhoOdishaKho #OdishaForSports https://t.co/hd4evmsaNF
— Naveen Patnaik (@Naveen_Odisha) September 2, 2022
ଓଡ଼ିଶା ଜଗରନଟ -୫୭-୪୩ରେ ଗୁଜରାଟ ଜାଏଣ୍ଟସକୁ ହରାଇଛି । ସଂର୍ଘର୍ଷପୂର୍ଣ୍ଣ ମ୍ୟାଚରେ ବିଜୟୀ ହୋଇଛି ଓଡ଼ିଶା ଜଗରନଟ୍ସ । ରବିବାର ଫାଇନାଲ ଖେଳିବ ଓଡ଼ିଶା । ଫାଇନାଲରେ ଚାମ୍ପିଅନ ହେଲେ କୋଟିଏ ଟଙ୍କା ପୁରସ୍କାର ପାଇବ ଓଡ଼ିଶା ଜଗରନଟ୍ ।
ରବିବାର ଦିନ ହେବାକୁ ଥିବା ଫାଇନାଲରେ ଓଡିଶା ଜଗନ୍ନାଟ୍ସ ଏବଂ ଯୋଗ୍ୟତା 2 ର ବିଜେତା ଟାଇଟଲ ପାଇଁ ଲଢ଼ିବେ ।
ଲିଗ୍ ର ଟପ୍ -2 ଦଳ ମଧ୍ୟରେ ଚାଲିଥିବା ଏକ ତୀବ୍ର ଲଢ଼େଇରେ ଓଡିଶା ଜଗରନଟ୍ସ ପ୍ରଥମ ପର୍ଯ୍ୟାୟରେ 23 ପଏଣ୍ଟ କରି ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା । ଗୁଜୁରାଟ ଜିଆଣ୍ଟସ ମାତ୍ର 18 ପଏଣ୍ଟ ପାଇଥିଲା । ଚାମ୍ପିଅନ ଦଳ ଏକ କୋଟି ପାଇବେ ଏବଂ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନିତ ଦଳ ଯଥାକ୍ରମେ 50 ଲକ୍ଷ ଏବଂ 30 ଲକ୍ଷ ପାଇବେ ।
Comments are closed.