Latest Odisha News

BREAKING NEWS

ଘରର ଅଶାନ୍ତି ଦୂର କରେ ଚାନ୍ଦୀ ହାତୀ

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ ପାଦ ଦେଇ ମଧ୍ୟ ଆଜିବି ବିଭିନ୍ନ ବର୍ଗର ଲୋକେ ବାସ୍ତୁଶାସ୍ତ୍ର ଅନୁସାରେ ନିଜ ଗୃହ ନିର୍ମାଣ କରୁଛନ୍ତି । ଆମ ହିନ୍ଦୁ ପରମ୍ପରାରେ ବାସ୍ତୁଶାସ୍ତ୍ରର ମାନ୍ୟତା ଖୁବ୍ ଅଧିକ। । ବାସ୍ତୁବିତ୍ ପଣ୍ଡିତ ପ୍ରଫୁଲ୍ଲ ଭଟ୍ଟଙ୍କ କହିବାନୁସାରେ ବାସ୍ତୁଶାସ୍ତ୍ରରେ ହାତୀର ବିଶେଷ ମହତ୍ତ୍ୱ ରହିଛି। ପ୍ରାଚୀନ କାଳରେ ରାଜାମହାରାଜାମାନେ ଏହି ନିୟମ ମାନି ନିଜ ଦରବାରରେ ଓ ରାଜଉଆସରେ ଚାନ୍ଦି ଓ ସୁନାର ହାତୀ ପ୍ରତିମୂର୍ତ୍ତି ନିର୍ମାଣ କରୁଥିଲେ।

-ଘରେ ଅକାରଣରେ ଅଶାନ୍ତି କିମ୍ବା କଳିଝଗଡ଼ା ହେଉଥିଲେ, ଚାନ୍ଦିର ହାତୀ ରଖିବା ଖୁବ୍ ଲାଭକରୀ ହୋଇଥାଏ। ଏହି ଚାନ୍ଦିର ହାତୀ ଘରୁ ନକାରାତ୍ମକ ଶକ୍ତି ଦୂର କରିବାରେ ଗୁରୁ ଭୂମିକା ତୁଲାଇଥାଏ ।

– ସ୍ୱାମୀ-ସ୍ତ୍ରୀଙ୍କର କଳିଝଗଡ଼ା ହେଉଥିଲେ ଶୟନ କକ୍ଷର ଉତ୍ତର ଦିଗରେ ଏହି ହାତୀ ରଖିବା ଖୁବ୍ ଲାଭପ୍ରଦ ହେଇଥାଏ ।

-ବାସ୍ତୁବିତଙ୍କ ମତ ଅନୁସାରେ ଘ‌ରେ ଏହା ରଖିଲେ, ମା’ ଲକ୍ଷ୍ମୀଙ୍କର କୃପା ଅନୁଭୂତ ହୋଇଥାଏ ।

-ଟଙ୍କା ପଇସାର ଅଭାବ ଉପୁଜୁଥିଲେ ଚାନ୍ଦିର ହାତୀକୁ ଲାଲ କପଡ଼ାରେ ବାନ୍ଧି ଆଲମାରିରେ ରଖିବା ଉଚିତ। କିଛିଦିନ ମଧ୍ୟରେ ଏହାର ଉତ୍ତମ ଫଳ ଦେଉଥିବା ବିଶ୍ୱାସ ରହିଛି ।

Leave A Reply

Your email address will not be published.